Search
Close this search box.

ଶୃଙ୍ଖଳା, ନିଷ୍ଠା,ଧୌଯ୍ଯ ଓ ଦଳୀୟ ଆତ୍ମାରଭୂମିକାକୁ ବହନ କରେ କ୍ରୀଡା ପ୍ରତିଯୋଗିତା

ଶୃଙ୍ଖଳା, ନିଷ୍ଠା,ଧୌଯ୍ଯ ଓ ଦଳୀୟ ଆତ୍ମାରଭୂମିକାକୁ
ବହନ କରେ କ୍ରୀଡା ପ୍ରତିଯୋଗିତା – ମୁଖ୍ଯ ବକ୍ତା ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଳକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର “କ୍ରୀଡା ଦିବସ -2025” ମହାସମାରୋହରେ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେନ୍ଦ୍ର ପାତ୍ରଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ ସଭାରେ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଦେଇଥିଲେ କୁସୁମୀ ବ୍ଲକ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀମତୀ ବାସନ୍ତୀ ସିଂ ,ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦ୍ବୟ ଶ୍ରୀଯୁକ୍ତ ବିରଞ୍ଚି ମହାନ୍ତ, ଏସ. କେ ଅଗ୍ରୱାଲ ମହମ୍ମଦ, ବିଦ୍ୟାଳୟର ପୂର୍ବତନ ପରିଚାଳନା ସମିତିର ବରିଷ୍ଠ ସଦସ୍ଯ ଶ୍ରୀଯୁକ୍ତ ଗିରିଧାରୀ ନନ୍ଦ, ମୂଖ୍ଯ ବକ୍ତା ଅଧ୍ଯାପକ ତଥା ସଂସ୍କୃତି ଗବେଷକ ଡକ୍ଟର ଦିଗମ୍ବର ଗିରି, ବର୍ତ୍ତମାନ ର ପରିଚାଳନା ସଭାପତି ଋଷିନାଥ ସିଂ,ବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ଶ୍ରୀଯୂକ୍ତ ଦୟାନିଧି ଗିରି, ଏସ୍ ଏମ୍ ସି ଉପ ସଭାପତି ଶ୍ରୀମତୀ ମୀନତୀ ନାଏକ ତଥା ଉକ୍ତ କାର୍ଯ୍ୟକ୍ରମ ର ସଂଯୋଜକ କ୍ରୀଡାଶିକ୍ଷକ ଶ୍ରୀଯୁକ୍ତ ଅଧିର କୁମାର ନନ୍ଦ, ପୂରାତନ ଛାତ୍ର ସଂସଦ ସଭାପତି ଭଞ୍ଜକିଶୋର ମହାନ୍ତି,ପ୍ରମୂଖ ମଂଚାସୀନ ଥିଲେ।ସଭାକର୍ଯ୍ଯର ଆରମ୍ଭରେ ଧୂପଦୀପ ପ୍ରଜ୍ଜଳନ ପୂର୍ବକ ଶ୍ରୀ ଜଗନ୍ନାଥ ଙ୍କୂ ପୂଜାର୍ଚ୍ଚନା କରାଯାଥିଲା ପରେ ପରେ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ ଓ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା। ମଂଚାସୀନ ଅତିଥି ମାନେ ବିଦ୍ୟାଳୟର ନୂତନ ଭିତ୍ତିଭୂମି ତଥା ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମ ସଂପର୍କ ରେ ଆୟୋଜକଙ୍କ ଉଦ୍ୟମ ସଂପର୍କ ରେ ସନ୍ତୋଷଜନକ ମତ ଦେବା ସହିତ ଛାତ୍ର ଛାତ୍ରୀମାନଙ୍କ ସ୍ବାସ୍ଥ୍ଯ, ଶିକ୍ଷା ତଥା ଲକ୍ଷ୍ଯ ହାସଲ ଦିଗରେ ଜଣେ ଖେଳାଳୀ ମନୋଭାବ ପୋଷଣ କରି ନିରନ୍ତର ପ୍ରଚେଷ୍ଟା କରିବାକୁ ମାର୍ଗଦର୍ଶନ କରିଥିଲେ। ମୂଖ୍ଯ ବକ୍ତା ଡ ଦିଗମ୍ବର ଗିରି ମହାଭାରତ ଯୁଦ୍ଧ ତଥା ଶ୍ରେଷ୍ଠ ବୀର ଓ ଯୋଦ୍ଧାଙ୍କ ପ୍ରସଙ୍ଗରେ ଅର୍ଜୁନ କିପରି ନିଜର ଲକ୍ଷ୍ଯ ସାଧନ କରିପାରିଥିଲେ ଓ ତାଙ୍କ ଗୁରୁଙ୍କ କଥା ତଥା ବିଭିନ୍ନ ଉଦାହରଣ ମାଧ୍ଯମରେ ଶୃଙ୍ଖଳା,ନିଷ୍ଠା,ଧୌଯ୍ଯ, ସାହସ ଓ ଜୀବନର ଲକ୍ଷ୍ଯ ସଂପର୍କ ରେ ପ୍ରେରଣା ଦାୟକ ବକ୍ତବ୍ଯ ପ୍ରଦାନ କରିଥିଲେ।ପ୍ରତିଯୋଗିତାରେ ଦଳୀୟ ଆତ୍ମାର ଭୂମିକା ଓ ସଫଳତା ପାଇଁ ନିରନ୍ତର ଅଭ୍ଯାସର ଦ୍ବାରା ସଫଳତା କିପରି ହାସଲ କରିହୁଏ ବିଭିନ୍ନ ଉଦାହରଣ ପ୍ରଦାନ କରି ଛାତ୍ର ଛାତ୍ରୀଙ୍କ ନିମନ୍ତେ ପ୍ରେରଣାଦାୟ ଅଭିଭାଷଣ ରଖିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପି ଏମ ଶ୍ରୀ ଅନ୍ତର୍ଭୁକ୍ତ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କ ରେ ସୂଚନା ପ୍ରଦାନ କରିବା ସଂଗେ ସଂଗେ ସମସ୍ତ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସମସ୍ତଙ୍କ ମାର୍ଗଦର୍ଶନ ଓ ସହଯୋଗ କାମନା କରିଥିଲେ। ଛାତ୍ର ଛାତ୍ରୀଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପାଇଁ ପରିବର୍ତ୍ତିତ ସମୱ ଅନୁସାରେ କାର୍ଯ୍ୟକ୍ରମ ତଥା ଉଦ୍ଯମ ଉପରେ ଗୁରୂତ୍ଵ ଆରୋପ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ତଥା କ୍ରୀଡା କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବିଭିନ୍ନ ଶ୍ରେଣୀର ଶିକ୍ଷାର୍ଥୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ସଫଳ ସଂପାଦନା କ୍ଷେତ୍ରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷରତ୍ରୀ ସହଯୋଗ କରିଥିଲେ। ସି ଆର ସି ସି ରବୀନ୍ଦ୍ର ତାମୁଡିଆ ମଂଚ ପରିଚାଳନା କରିଥିଲେ।
ସବାଶେଷରେ କ୍ରୀଡାଶିକ୍ଷକ ଅଧିର କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More

Verified by MonsterInsights