କନ୍ଧମାଳ,କନ୍ଧମାଳ ଜିଲ୍ଲାରେ ଘୃନ୍ୟ ଚ଼କ୍ଷ୍ୟୁରେ ଦଳିତ ମାନଙ୍କୁ ଦେଖି ଅତ୍ୟାଚାର କରାଯାଉଥିବା କିଛି ନୁଆ କଥା ହୋଇନଥିବାରୁ ପରିଶେଷରେ ରାଜ୍ୟ ଓ କେନ୍ଦ୍ର ସରକର ଏହି ପରି ଅସାମାଜିକ କାର୍ଯ୍ୟ କୁ ନିୟତ୍ରଣ କରିବା ପାଇଁ ଅନେକ କଡ଼ା ଆଇନ କରିଥିବା ସତ୍ତ୍ୱେ ଦଳିତ ଉପରେ ଅତ୍ୟାଚାର କମିବାର ନାମ ନେଉନଥିବା ଜଣାପଡ଼ିଛି । ଅଧିକାସଂ ଅଞ୍ଚଳରେ ପୋଲିସ ର ନିରବତା ଯୋଗୁଁ ଅନେକ ସ୍ଥାନରେ ନିରୀହ ଦଳିତ ମାନଙ୍କର ସରଳତାର ସୁଯୋଗ ନେଇ ଲଗାତାର ଅତ୍ୟାଚାର ଉପରେ ଅତ୍ୟାଚାର କରା ଚାଲିଥିବା ଜଣାପଡ଼ିଛି । ଏହି ପରି ଏକ ଅଭାବନୀୟ ଘଟଣା ଫୁଲବାଣୀ ସହର ପିୟନ ପଡ଼ା କାଳିମନ୍ଦିର ପାଖ,ଓ୍ୱାର୍ଡ଼ ନମ୍ୱର ୧୨ ଅଞ୍ଚଳରେ ବଷବାଷ କରି ରହି ଆସୁଥିବା ସନ୍ୟାସୀ ସାହୁଙ୍କ ଶୁପୂତ୍ର ଗୌର ପ୍ରସାଦ ସାହୁ ନିକଟରେ ଏହି ଅଞ୍ଚଳର ଦଳିତ ମୂଳ ନିବାସି ଙ୍କୁ ଘୃଣା କରି ନିଜର ଭାବନାକୁ ଜୁଲାଇ ୨୪ ତାରଖରେ ନିର୍ଭୟରେ ନିଜର ଫେସବୁକ ପେଜ୍ ରେ ଫୋଟ ସହିତ ଅଶୀଳ ମନ୍ତବ୍ୟ ହେଇ ପୋଷ୍ଟ କରିଥିବା ଜଣାପଡ଼ିଛି ।ପରବର୍ତ୍ତି ସମୟରେ ଏହାକୁ ନେଇ ଦଳିତ ମୂଳ ନିବାସି ମଧ୍ୟରେ ଦୀବ୍ର ପ୍ରତିକ୍ରୟା ହେଖିବାକୁ ମିଳିଥିଲା । ପରିଶେଷରେ ଜଦି ସୋସିଆଲ ମିଡ଼ିଆରେ ମଧ୍ୟ ଏପରି ଜାତିଆଣ ଆକ୍ଷେପ କରାଗଲେ ସମାଜରେ ହିଁସା ବଢ଼ିପାରେ ବୋଲି ବରିଷ୍ଟ ଦଳିତ ମୂଳ ନିବାସି ନେତା ନିଜ ନିଜର ମନ୍ତବ୍ୟ ପ୍ରକାଶ କରି ଆଇନ୍ ର ଆସ୍ରୟ ନେଇ ଖଜୁରୀପଡ଼ା ସମ୍ୱେପଦର ଅଞ୍ଚଳର ସାମ୍ୱାଦିକ ଆଚୁତାନନ୍ଦ ସେଠି,ରଞ୍ଜିତ କୁମାର ଦିଗାଲ,ଅମ୍ୱୁଜ ବେହେରା,ଶିବ ପ୍ରସାଦ ନାୟକ,ବରିଷ୍ଟ ସାମ୍ୱାଦିକ ସନ୍ତୋଷ ଦିଗାଲ ସମସ୍ତେ ମିସି ଫୁଲବାଣୀ ସାଇବର ଥାନା ଗୌରି ପ୍ରସାଦ ସାହୁଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସକାଶେ ଏକ ଲିଖିତ ଅଭିଯୋଗ କରିଥିଲେ। ସାଇବର ଥାନା ଅଧିକାରୀ ତରୁଣ ତପନ ବେହେରା ମଧ୍ୟ ପରିସ୍ଥିତି କୁ ହୃଦଙ୍ଗମୟ କରି ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ୱ କରି ଦେଇଥିଲେ । ତଦନ୍ତ ଭାର କୁ ଗ୍ରହଣ କରି ଡ଼ି.ଏସ୍.ପି ସୁବ୍ରତ କୁମାର ବେହେରା ମଧ୍ୟ ତୁରନ୍ତ ଗୌର ପ୍ରସାଦ ସାହୁଙ୍କୁ ଧରିବା ପାଇଁ ଗୋଟିଏ ଟିମ ଗଠନ କରି ତା-୩୦/୦୭/୨୦୨୪ ସାହୁଙ୍କୁ ତାଙ୍କ ନିଜ ବାସ ଭବନରୁ ଗିରଫ କରିବାରେ ସଫଳ ହୋଇଥିବାରୁ ପୋଲିସର ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ କୁ ସାଧାରଣ ପ୍ରଶଂସା କରିଥିବା ଜଣାପଡ଼ିଛି । ସାହୁଙ୍କ ପାଖରୁ ଗୋଟିଏ ଲାପଟପ୍,ଦୁଇ ଗୋଟି ମୋବାଇଲ ଜବତ କରି ଅଧିକ ତଥ୍ୟ ଜାଣିବା ପାଇଁ ପଚରା ଉଚରା କରାଯିବାରୁ ସାଇବର ଥାନା ଗୌରି ପ୍ରସାଦ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ୩୧ ତାରିଖରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଜଦି କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ପୋଲିସ୍ ଏହି ପରି ତତ୍ ପରତା ଦେଖାଇ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରନ୍ତେ ତାହାଲେ ଏଠାକାର ମୂଳ ନିବାସି ମାନଙ୍କ ଉପେର ଜାତିଆଣ ଆପେକ୍ଷ ସମେତ ଅତ୍ୟାଚାର କମିଯାଇ ପାରନ୍ତା ଓ ମୂଳ ନିବାସି ଶାନ୍ତିର ନିଶ୍ୱାଶ ନେଇ ପାରନ୍ତେ ବୋଲି ସାଧାରଣରେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳୁଛି ।









