Search
Close this search box.

ୱାର୍ଲଡ୍ ଓଡ଼ିଶା ସୋସାଇଟି ପ୍ରତିନିଧି ମଣ୍ଡଳର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ*

*ୱାର୍ଲଡ୍ ଓଡ଼ିଶା ସୋସାଇଟି ପ୍ରତିନିଧି ମଣ୍ଡଳର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ*

ନୂଆଦିଲ୍ଲୀ,ତା ୨୯.୦୭ ରିଖ ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା.ଓ. ସୋ )ର ଏକ ପ୍ରତିନିଧି ମଣ୍ଡଳ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀଙ୍କର ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏଠାକର ଓଡ଼ିଶା ଭବନଠାରେ ସାକ୍ଷାତ କରିଥିବା ଜଣାଯାଇଛି। ଶ୍ରୀ ଦ୍ବିବେଦୀ ଏବଂ ୱା.ଓ.ସୋର ଅନ୍ୟାନ୍ୟ ନେତୃବର୍ଗ, ଶ୍ରୀ ମାଝୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ।

ଏହି ସୌଜନ୍ୟମୂଳକ ସାକ୍ଷାତକାର ଅବସରରେ ଶ୍ରୀ ଦ୍ବିବେଦୀ, ୱାର୍ଲଡ୍ ଓଡ଼ିଶା ସୋସାଇଟିର କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତା ମଣ୍ଡଳୀର ସଂଯୁକ୍ତ ଆଭାସୀ ବୈଠକରେ ଶ୍ରୀ ମାଝୀଙ୍କ ନେତୃତ୍ୱାଧୀନ ଓଡ଼ିଶାର ନୂଆ ସରକାରଙ୍କୁ ସ୍ୱାଗତ କରାଯାଇ ଗୃହୀତ ଏକ ସର୍ବସମ୍ମତ ପ୍ରସ୍ତାବର ନକଲ ତାଙ୍କୁ ପ୍ରଦାନ କରିଥିଲେ। ଏହି ପ୍ରସ୍ତାବରେ ଶ୍ରୀ ମାଝୀଙ୍କର ସରକାର ଓଡ଼ିଶାର ସାଢେ ଚାରି କୋଟି ଏବଂ ଓଡ଼ିଶା ବାହାରେ ବସବାସ କରୁଥିବା ଦୁଇକୋଟି ପ୍ରବାସୀ ଓଡ଼ିଆଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ ସକ୍ଷମ ହେବେ ବୋଲି ୱା. ଓ. ସୋର ଭରସା ଥିବା ଉଲ୍ଲେଖ କରାଯାଇଛି। ଏହି ଭେଟବାର୍ତ୍ତା ସମୟରେ ମହାକାଂକ୍ଷା ୱେଲଫେୟାର ଫାଉଣ୍ଡେସନର ପ୍ରତିଷ୍ଠାତା ଦମ୍ପତ୍ତି ପୁଷ୍ପାଞ୍ଜଳୀ ବାରିକ ଓ ବିମଳ ଭଲ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଫାଉଣ୍ଡେସନ ତରଫରୁ ଏକ ପ୍ରଶସ୍ତି ପତ୍ର, ପୁଷ୍ପଗୁଚ୍ଛ ଓ ଶାଲ ଅର୍ପଣ କରି ଶୁଭେଚ୍ଛା ଜଣାଇଥିଲେ। ୱା. ଓ. ସୋର ଭାରତ ଅଧ୍ୟାୟର ସଭାପତି ଡଃ ବିପିନ ମିଶ୍ର ଏବଂ ବରିଷ୍ଠ ଆଇନଜୀବୀ ବିରଜା ମିଶ୍ର ଏହି ସାକ୍ଷାତକାରଙ୍କୁ ଆୟୋଜନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

ସାକ୍ଷାତକାର ସମୟରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୁଧୀର ଦାଶ, କାବେରୀ ବେହେରା, ସସ୍ମିତା ତ୍ରିପାଠୀ, ଜ୍ଞାନପ୍ରକାଶ ଜେନା, ଡଃ ନିର୍ମଳ ପଟ୍ଟନାୟକ, ସୂର୍ଯ୍ୟ ରଥ, ନନ୍ଦନ ଦ୍ବିବେଦୀ, ସନ୍ତୋଷ ପଣ୍ଡା, ସୌରଭ ମିଶ୍ର, ପ୍ରିୟତମା କର ଓ ଅସିତ କୁମାର କର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Leave a Comment

Read More

Verified by MonsterInsights