Search
Close this search box.

ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ ବିଶ୍ବେଶ୍ବର ରାୟ ବେହେରା l

ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ ବିଶ୍ବେଶ୍ବର ରାୟ ବେହେରା l

ଖୋର୍ଦ୍ଧା: ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିକୋ ରାଜସ୍ୱ ନିରୀକ୍ଷକ ବିଶ୍ବେଶ୍ବର ରାୟ ବେହେରା l କିଛି ଚୋରା କାରବାର ଲାଗି ତାଙ୍କ ନେଉଥିବା ଆଜି ଭିଜିଲାନସ୍ ଜାଲରେ ଧରା ପଡିଛନ୍ତି l ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିକୋ ରାଜସ୍ୱ ନିରୀକ୍ଷକ ବିଶ୍ବେଶ୍ବର ରାୟ ବେହେରା। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅନ୍ତର୍ଗତ ସିକୋର ରାଜସ୍ୱ ନିରୀକ୍ଷକ ବିଶ୍ବେଶ୍ବର ରାୟ ବେହେରା ଜଣେ ଅଭିଯୋଗକାରୀଙ୍କଠାରୁ ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଶ୍ରୀ ରାୟ ବେହେରାଙ୍କଠାର ୨୦ ହଜାର ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତଙ୍କ ଘର ସମେତ ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଚାଲିଛି।
ଉଲ୍ଲେ‌ଯୋଗ୍ୟ, ରାଜସ୍ୱ ନିରୀକ୍ଷକ ବିଶ୍ବେଶ୍ବର ରାୟ ବେହେରା ଜଣେ ଲୋକଙ୍କୁ ମିଥ୍ୟା ଧମକ ଦେଇ ୨୦ ହଜାର ଟଙ୍କା ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ବୋଲି ସୂଚନା ମିଳିଛି ବୋଲି ଜଣା ଯାଇଛି ।

Leave a Comment

Read More