ରାଜଧାନୀରେ ରଣକ୍ଷେତ୍ର ପାଲଟିଛି ମାଷ୍ଟର କ୍ୟାଣ୍ଟିନ୍ ଛକ l
ଭୁବନେଶ୍ଵର : ରାଜଧାନୀ ନୁହଁ ଯୁଦ୍ଧ କ୍ଷେତ୍ର ସ୍ଥାନ ପାଲଟିଛି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍ ଛକ l ମୁହାଁ ମୁହିଁ ଯାଇଛନ୍ତି ଦୁଇ ଦଳ l
ସୂଚନାନୁସାରେ, ରାଜଧାନୀ ଭୁବନେଶ୍ଵରର ମାଷ୍ଟର କ୍ୟାଣ୍ଟିନ ଛକ ପାଲଟିଲା ରଣକ୍ଷେତ୍ର । ମାଷ୍ଟର କ୍ୟାଣ୍ଟିନରେ ମୁହାଁ ମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ କର୍ମୀ । ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ହଙ୍ଗାମା ହୋଇଥିବା ସୂଚନା ମିଳିଛି । ପୋଲିସ ଉପସ୍ଥିତିରେ ପରସ୍ପର ଉପରକୁ ଟେକାପଥର, ଗୋବର ମାଡ଼ କରିଛନ୍ତି ଉଭୟ ଦଳର କର୍ମୀ । ଗତକାଲି ସଂସଦରେ ବିଜେପି ଓ ଆରଏସଏସକୁ ହିନ୍ଦୁ ବିରୋଧୀ କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତାଙ୍କର ଏହି ମନ୍ତବ୍ୟ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ବିଜେପି । ତେବେ ରାହୁଲଙ୍କ ସେହି ମନ୍ତବ୍ୟକୁ ନେଇ ଭୁବନେଶ୍ଵରରେ ଉଭୟ କର୍ମୀ ମୁହାଁ ମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି ।









