Search
Close this search box.

ପିଇବା ପାଣି ପାଇଁ ବ୍ଲକକାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ପୁରୁଷ ଓ ମହିଳା . I

ଟିକାବାଲି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଆଜି ବୁର୍ବିନାଜୁ ଗ୍ରାମ ପଂଚାୟତ ଅନ୍ତର୍ଗତ ପେନାଗୋବେରୀ ଗ୍ରାମ ଅଡୁକୁଟିନାଜୁ ୱାର୍ଡ ନମ୍ବର 01 ର ଶତାଧିକ ମହିଳା ଓ ପୁରୁଷ ମାନେ ଆସି ହାତରେ ହାଣ୍ଡି ଡେକିଚ, ବାଲଟି ଧରି ବ୍ଲକ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବା କୁ ମିଳିଛି l ସୂଚନା ଅନୁଯାୟୀ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ହେତୁ ଗ୍ରାମରେ ଥିବା କୁଅଁ, ଚୁଆ, ପୋଖରୀ,ନାଳ, ଆଦି ଶୁଖି ଯିବାରୁ ଲୋକେ ପିଇବାପାଣି ପାଇଁ ନାହିଁ ନ ଥିବା ସମସ୍ୟା ରେ ସମ୍ମୁଖିନ ହେଉଛନ୍ତି, l ଏ ନେଇ ଗ୍ରାମବାସୀ ଅନେକ ଥର ସ୍ଥାନୀୟ ସରପଞ୍ଚ, ବି ଡ଼ି ଓ ଏବଂ ଜିଲ୍ଲାପାଳ ଙ୍କୁ ଦରଖାସ୍ତ ମାଧ୍ୟମରେ ବାରମ୍ବାର ଅଭିଯୋଗ କରିଥିଲେ, ଏବଂ ଶେଷରେ ଜୀବିକା ସୁରକ୍ଷା ମଞ୍ଚ ସଂଗଠନ ଦ୍ୱାରା ପ୍ରଶାସନ କୁ ଟ୍ୱିଟ କରି ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସଫଳ ପାଇ ପାରିଲେ ନାହିଁ ତେଣୁ ଆଜି ସମସ୍ତ ଗ୍ରାମବାସୀ ଏକାଠି ହୋଇ ବ୍ଲକ ଅଫିସ ଘେରାଉ କରିବାକୁ ବାଧ୍ୟ୍ୟ ହୋଇଥିଲେ l ଫଳରେ ଆଜି ଗୋଷ୍ଟି ଉନ୍ନୟନଅଧିକାରୀ ଶ୍ରୀଯୁକ୍ତ ମୋନଜ କୁମାର ପାଢ଼ୀ, ଏବଂ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଟିକାବାଲି ଶ୍ରୀ ନାରାୟଣ ନାୟକ,ଉପସ୍ଥିତ ମହିଳା ଓ ପୁରୁଷ ମାନଙ୍କୁ ବୁଝା ସୁଝା କରି ଆଜି ଠାରୁ ଟାଙ୍କର ଯୋଗେ ପାଣି ଯୋଗେଇ ଦିଆଯିବ ଏବଂବର୍ତମାନ ବଳବତର ଥିବା ନିର୍ବାଚନ ଆଦର୍ଶ ଆଚରଣ ଵିଧି ର ଅବୋଧି ସରିଗଲେ ଗ୍ରାମ ପାଇଁ ଏକ ନୂଆ ନଳ କୂପ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ପାଇବା ରୁ ପାଣି ପାଇଁ ଦାବୀ ରେ ଅଡ଼ିବସିଥିବା ପେନାଗୋବେରୀ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ଆଗରୁ ଓହରି ଯାଇଥିବା ଦେଖିବାକୁ ମିଳିଛି l ଆଜିର ଏହି ଆନ୍ଦୋଳନ ରେ ଜୀବିକା ସୁରକ୍ଷା ମଞ୍ଚ ଲୋକସଂଗଠନ ବୁର୍ବିନାଜୁ ଗ୍ରାମପଞ୍ଚାୟତ ର ସଭାନେତ୍ରୀ ଶ୍ରୀମତୀ ରିତା ପ୍ରଧାନ,01 ୱାର୍ଡ ର ୱାର୍ଡ ସଭ୍ୟା ଶ୍ରୀମତୀ ଜସ୍ପିନା ପ୍ରଧାନ, ସଂଗଠନ ସମ୍ପାଦିକା ମନ୍ଦାକିନୀ ପ୍ରଧାନ, ବ୍ଲକ ସଂଯୋଜକ ସଞ୍ଜୟ ଦିଗାଲ ଜି ଉଦୟଗିରି ବ୍ଲକ ସଂଯୋଜିକା , ସସ୍ମିତା ମଳିକ, ଅଜିତ ପ୍ରଧାନ, ଦିଲିପ ପ୍ରଧାନ,ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିବାର ଦେଖିବାକୁ ମିଳିଛି l କନ୍ଧମାଳ ଜିଲ୍ଲା ଟିକାବାଲି ରୁ ରମେଶ ପଣ୍ଡା ଙ୍କ‌‌‌ ରିପୋର୍ଟ

Leave a Comment

Read More

Verified by MonsterInsights