Search
Close this search box.

ଚିଲିକାରେ ପୁରନ୍ଦର ମିଶ୍ରଙ୍କର ଘମାଘୋଟ ପ୍ରଚାର

ଭୁବନେଶ୍ୱର ତା୨୨/୦୫ ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶାର ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଚିଲିକା ନିର୍ବାଚନ ମଣ୍ଡଳୀରେ ଘମାଘୋଟ ପ୍ରଚାର କରୁଥିବା ଜଣାଯାଇଛି। ଶ୍ରୀ ମିଶ୍ର, ଚିଲିକାର ବିଭିନ୍ନ ଅଞ୍ଚଳରେ
ପଥପ୍ରାନ୍ତ ସଭାମାନଙ୍କୁ ସମ୍ବୋଧନ ଓ ରୋଡ଼ଶୋରେ ଅଂଶ ଗ୍ରହଣ କରି ଦଳର ବିଧାନସଭା ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଓ ଲୋକସଭା ପ୍ରାର୍ଥୀ ଡ଼ଃ ସମ୍ବିତ ପାତ୍ରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦାନକରି ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ।ଶ୍ରୀ ମିଶ୍ରଙ୍କ ସହିତ ପ୍ରଚାର ଅଭିଯାନରେ ପ୍ରାର୍ଥୀ ଶ୍ରୀ ହରିଚନ୍ଦନ, ଦଳର ଓଡ଼ିଶାର ପ୍ରଭାରୀ ବିଜୟ ସିଂହ ତୋମାର ଏବଂ ସହ-ପ୍ରଭାରୀ ଲତା ଉଷେଣ୍ଡି ପ୍ରମୁଖ ସାମିଲ ଥିବାର ଦେଖା ଯାଇଥିଲା।

ବିଭିନ୍ନ ସ୍ଥାନରେ ଉଦବୋଧନ ଦେଇ ଶ୍ରୀ ମିଶ୍ର ପାଖାପାଖି ୨୫ ବର୍ଷ ହେଲା ଓଡ଼ିଶାରେbjdରାଜୁତି ଚାଲିଥିବା କ୍ଷୋଭର ସହିତ ଦର୍ଶାଇଥିଲେ। ଓଡ଼ିଶା ଆଉ ପୂର୍ବର ଓଡ଼ିଶା ହୋଇନାହିଁ।  ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।ରାଜ୍ୟର ସଂସ୍କୃତି, ସଂସ୍କାର ଓ ଭାଷା ସଙ୍କଟାପନ୍ନ ଅବସ୍ଥାରେ ରହିଥିବା ସେ ସୁଚାଇଥିଲେ।  ଆମର ସଂସ୍କୃତିର ପ୍ରତୀକ ଧୋତି ପିନ୍ଧିବା ବଦଳରେ ଲୁଙ୍ଗୀ ପିନ୍ଧୁଛନ୍ତି ବୋଲି ସେ କହିଥିଲେ। ଓଡ଼ିଶାକୁ ଉଦ୍ଧାର କରି ନୂତନ ଏବଂ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଶ୍ରୀ ମିଶ୍ର ରାଜ୍ୟବ୍ୟାସୀଙ୍କୁ ଆହ୍ୱାନ ଜଣାଇଥିଲେ। ଏଠାରେ ବିଜେପିର ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା କରାଗଲେ ରାଜ୍ୟର କୃଷକ, ମହିଳା, ଯୁବସମ୍ପ୍ରଦାୟ ଏବଂ ଗରିବ ଗୁରୁବା ପ୍ରଗତିର ଶିଖର ସ୍ତରରେ ପହଁଚି ପାରିବେ ବୋଲି ଶ୍ରୀ ମିଶ୍ର ଦମ୍ଭ ପ୍ରକାଶ କରିଥିଲେ। ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଜାଣିଥିବା, ରାଜ୍ୟବାସୀଙ୍କର ଦୁଃଖସୁଖରେ ଭାଗୀଦାର ହେଉଥିବା ଏବଂ ଓଡ଼ିଶାର ସଂସ୍କୃତି, ପରମ୍ପରା, ଖାଦ୍ୟପେୟ, ବେଶଭୂଷା ଓ ଚାଲିଚଳଣ ସହିତ ଓତଃ ପ୍ରୋତଃ ଭାବେ ପରିଚିତ ଥିବା ଦରକାର ବୋଲି ଶ୍ରୀ ମିଶ୍ର ସୁଚାଇଥିଲେ। ସୁତରାଂ ପଦ୍ମ ଫୁଲ ଚିହ୍ନରେ ଦୁଇଥର ଭୋଟ ଦାନକରି କେନ୍ଦ୍ରରେ ବିକାଶ ପୁରୁଷ ନରେନ୍ଦ୍ର ମୋଦିଙ୍କୁ ଏବଂ ରାଜ୍ୟରେ ବିଜେପିର ଜଣେ ଖାଣ୍ଟି ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଗାଦିସୀନ କରିବାକୁ ପୁରନ୍ଦର ମିଶ୍ର ଆଗ୍ରହ ପ୍ରକାଶ କରିଥିଲେ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ବିଧାନସଭା ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଚିଲିକାର ସର୍ବାଙ୍ଗୀନ ଉନ୍ନୟନ କରିବା ପାଇଁ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ସେ ବିଧାୟକ ଭାବେ ନିର୍ବାଚିତ ହେଲେ ଚିଲିକା ଉପରେ ସେତୁ ନିର୍ମାଣ କରିବା, ଗରୀବ ଗୁରୁବା ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପକ୍କାଘର ଯୋଗାଇ ଦେବା, ଚିଲିକାର ପରିବେଶକୁ ସୁରକ୍ଷିତ ରଖିବା ଓ ଏଠାକାର ମତ୍ସ୍ୟଜିବୀ
ମାନଙ୍କର ଜୀବନ ଓ ଜୀବିକାକୁ ପ୍ରୋତ୍ସାହନ ଦେବା ଦିଗରେ ଅଗ୍ରାଧିକାର ଭିତ୍ତିରେ ଧ୍ୟାନ ଦେବେ ବୋଲି ସୁଚାଇ ଥିଲେ।

Leave a Comment

Read More

Verified by MonsterInsights