Search
Close this search box.

ଆଜି ଠାରୁ ପୁଣି ବଢ଼ିଲା ଖରା

ତତଲା କଢ଼େଇରେ ଭାଜି ହେଉଛି ସାରା ଓଡିଶା
ପୁଣି ପ୍ରବଳ ଗରମ
ପୁଣି ପ୍ରବଳ ଗରମ

ସୂଚନାନୁସାରେ , ପୁଣି ଖରା ରେ ସିଝିବ ଓଡିଶା l ପୁଣି ଫେରିଲା ତାତି । ଆଜିଠୁ ବଢ଼ିବ ଗୁଳୁଗୁଳି ସହ ଖରା । ୬ ରୁ ୮ ଡିଗ୍ରୀ ବଢିବ ଦିନ ତାପମାତ୍ରା । ଆସନ୍ତାକାଲି ୫ ଜିଲ୍ଲା ଓ ୧୫ରେ ଉପକୂଳ ସହ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ହିଟ୍‌ୱେଭ୍‌ ୱାର୍ଣ୍ଣିଂ । ଆକାଶରୁ ହେବ ଅଗ୍ନିବର୍ଷା । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୪ ରୁ ୫ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ୧୪ ରୁ ୧୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ ବୋଲି ଆକଳନ କରାଯାଇଛି। ତେବେ ଆଜି ମଧ୍ୟ ଓଡ଼ିଶାରେ କିଛି ଜିଲ୍ଲା ବର୍ଷା ହୋଇପାରେ । ଆସନ୍ତାକାଲି ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Leave a Comment

Read More