Search
Close this search box.

ନୂଆପଡ଼ାରେ ଆତଙ୍କ ଖେଳାଇଛି ଭାଲୁ

ନୂଆପଡ଼ାରେ ଆତଙ୍କ ଖେଳାଇଛି ଜଙ୍ଗଲୀ ଭାଲୁ

ଆତଙ୍କ ଖେଳାଇଛି ଭାଲୁ । ନୂଆପଡ଼ା ଜିଲ୍ଲା ଖଡିଆଳ ସହରରେ ଭାଲୁ ଆତଙ୍କ । ୨ ଦିନ ହେବ ସହରରେ ଆତଙ୍କ ଖେଳାଇଛି ଜଙ୍ଗଲୀ ଭାଲୁ । ସହର ଭିତରେ ଭାଲୁ ବୁଲୁଥିବାରୁ ସାଧାରଣ ଲୋକ ବେଶ୍ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଗତ ରାତିରେ ଭାଲୁଟି ଖଡ଼ିଆଳ ରାଜ ମହଲକୁ ପଶି ଆସିଥିଲା। ରାଜ ମହଲ ଭିତରକୁ ଯାଇ ରାଜ ପରିବାରର ଡାଇନିଂ ରୁମରେ ଥିବା ଖାଦ୍ୟକୁ ମଧ୍ୟ ଖାଇଥିଲା। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି।

Leave a Comment

Read More