Search
Close this search box.

ଶୁଖୁଛି ମହାନଦୀ ତଳକୁ ଖସିଚାଲିଛି ଜଳସ୍ତର The river is drying up the water level is falling

ଅଧା ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ ଘନେଇ ଆସୁଛି ସଂକଟ । ମହାନଦୀର ପ୍ରବାହ ସ୍ୱାଭାବିକ ଭାବେ ହେଉନଥିବାରୁ ଯେଉଁ ସମସ୍ୟା ସୃଷ୍ଟି ହେଉଛି, ତାହା ସାଂଘାତିକ । କାରଣ, ନଦୀ ଶୁଖିଲା ପଡୁଥିବାରୁ ଭୂତଳ ଜଳସ୍ତର ଖସିଯାଉଛି । ବିଶେଷଜ୍ଞଙ୍କ କହିବା କଥା, ସ୍ୱାଭାବିକ ଭାବେ ମହାନଦୀରୁ ମଧୁର ଜଳ ସମୁଦ୍ରରେ ମିଶିଥାଏ, କିନ୍ତୁ ମହାନଦୀରେ ପାଣି ନଥିବାରୁ ସମୁଦ୍ର ପାଣି ନଦୀ ଭିତରକୁ ଉଠିଯାଉଛି । ଫଳରେ ଲବଣାକ୍ତ ହୋଇଚାଲିଛି ଉପକୂଳ ଓଡ଼ିଶା । କେବଳ ଏହାର ପ୍ରଭାବ ଚାଷ ଜମି ଉପରେ ପଡୁନି, ଜୈବ ବିବିଧତା ବ୍ୟାପକ ଭାବେ ନଷ୍ଟ ହେଉଛି ।

ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଲାଗିରହିଛି । ମାଳମାଳ ବ୍ୟାରେଜ୍ ଓ ଡ୍ୟାମ ତିଆରି କରି ପାଣି ରୋକୁଛି ଛତିଶଗଡ଼ । ଓଡ଼ିଶାର ଏହି ଅଭିଯୋଗକୁ ଅଣଦେଖା କରି ଚାଲିଛି ପଡ଼ୋଶୀ ରାଜ୍ୟ । ଏହାର ସମାଧାନ ପାଇଁ ୨୦୧୮ ମସିହାରେ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା । ଏହାରି ଭିତରେ ୫ ବର୍ଷ ବିତିଯାଇଛି, କିନ୍ତୁ ବିବାଦର ସମାଧାନ କରିପାରିନାହିଁ ଟ୍ରିବ୍ୟୁନାଲ୍ । ଉଭୟ ରାଜ୍ୟ ସରକାର ଓ ଟ୍ରିବ୍ୟୁନାଲ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ୫ ବର୍ଷ ଭିତରେ ଛତିଶଗଡ଼କୁ ପାଣି ଛାଡିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇନାହାନ୍ତି ଟ୍ରିବ୍ୟୁନାଲ୍ କି ରାଜ୍ୟ ସରକାର ଏଥିପାଇଁ ଚାପ ପକାଇ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

https://youtu.be/heSX0zzIvzY

Leave a Comment

Read More