ଶ୍ରୀମନ୍ଦିର ଭିତରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କର ଭିତର ଚନ୍ଦନ ଯାତ୍ରା । ଏହି ଗନ୍ଧ ଯାତ୍ରା ସମୟରେ ମହାପ୍ରଭୁଙ୍କୁ ପ୍ରତ୍ୟେହ ଆଲଟ, ଚାମର, ଚନ୍ଦନ ଲାଗି କରାଯିବା ସହ ପଣା ଭୋଗ ଅନୁଷ୍ଠିତ ହେବ । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ ଚନ୍ଦନ ଯାତ୍ରା । ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁ ନରେନ୍ଦ୍ର ସରୋବରରେ ୨୧ ଦିନ ଜଳକ୍ରୀଡ଼ା କରୁଥିବା ବେଳେ ଭିତର ଚନ୍ଦନ ଯାତ୍ରା ସମୟରେ ୪ ଦିନ ଜଳକ୍ରୀଡ଼ା ମଣ୍ଡପରେ ହୁଏ ସ୍ବତନ୍ତ୍ର ନୀତି । ଦୁଇଟି ଏକାଦଶୀ, ସହ ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଏହି ବିଶେଷ ଜଳକ୍ରୀଡା ନୀତି ପାଳନ କରାଯିବ ।









