Search
Close this search box.

କିଏ ହେବ ମୁଖ୍ୟମନ୍ତ୍ରୀ Who will be the Chief Minister?

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦମଦାର ବିଜୟ ସହ ପ୍ରତ୍ୟାବରତ୍ତନ କରିଥିବା କଂଗ୍ରେସ, ବିଜେପିକୁ ଦକ୍ଷିଣ ଭାରତର ଏକ ଗଡ଼ରୁ କ୍ଷମତାଚ୍ୟୁତ କରିଛି । କର୍ଣ୍ଣାଟକରେ ଏହି ବିପୁଳ ବିଜୟ ପରେ କଂଗ୍ରେସ ଆଜି ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଡକାଇଛି । କର୍ଣ୍ଣାଟକ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ବୈଠକରେ ନିଷ୍ପତ୍ତି ନିଆଯାଇପାରେ । କାହା ମୁଣ୍ଡରେ ହାଇକମାଣ୍ଡ ସୁନାକଳସ ଢାଳିବେ ତାହା ଉପରେ ସମସ୍ତଙ୍କ ନଜର । ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ରାଜ୍ୟ ପିସିସି ସଭାପତି ଡି. କେ ଶିବକୁମାର ।

କିଏ ହେବେ ମୁଖ୍ୟମନ୍ତ୍ରୀ ?
– ରାଜ୍ୟର ସବୁଠୁ ଅନୁଭବୀ ନେତା ହେଉଛନ୍ତି ସିଦ୍ଧରମେୟା
– ସିଦ୍ଧରମେୟା କଂଗ୍ରେସର ବଡ଼ ନେତାଙ୍କ ମଧ୍ୟରେ ଜଣେ
– ୧୯୮୩ରେ ସେ ପ୍ରଥମ ଥର ବିଧାୟକ ହୋଇଥିଲେ
– ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇଥିଲେ
– ୨୦୦୪ ଓ ୨୦୧୮ରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ସିଦ୍ଧରମେୟା
– ଗାନ୍ଧୀ ପରିବାରର ଅତ୍ୟନ୍ତ ନିକଟତର ସିଦ୍ଧରମେୟା
– ଡି.କେ ଶିବକୁମାରଙ୍କୁ କଂଗ୍ରେସର ସଙ୍କଟମୋଚକ କୁହାଯାଏ
– ଅନ୍ୟ ରାଜ୍ୟର ସଙ୍କଟ ଆସିଲେ ବି ଶିବକୁମାରଙ୍କ ପରାମର୍ଶ ନିଆଯାଏ
– ଏବେ ରାଜ୍ୟ କଂଗ୍ରେସ ସଭାପତି ଅଛନ୍ତି ଡି. କେ ଶିବକୁମାର
– ପୂର୍ବ କଂଗ୍ରେସ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ
– ଗାନ୍ଧୀ ପରିବାରର ସବୁଠୁ ଭରସାଯୋଗ୍ୟ ନେତା ଭାବେ ପରିଚିତ

 

Leave a Comment

Read More