ଜନବସତି ନିକଟରେ କ୍ରସର ଏବଂ ପିଚୁପ୍ଲାଣ୍ଟ। ଯାହାକି ଦୂଷିତ କରୁଛି ପରିବେଶ ଗ୍ରାମବାସୀ ଭୋଗୁଛନ୍ତି ଦଣ୍ଡ। ତେବେ କ୍ରସର ଧୂଳିଗୁଣ୍ଡ ସାଙ୍ଗକୁ ପିଚୁପ୍ଲାଣ୍ଟରୁ ନିର୍ଗତ ଧୂଆଁ ଗ୍ରାମବାସୀଙ୍କ ପାଇଁ ନାହିଁନଥିବା ସମସ୍ୟା ସୃଷ୍ଟି କରି କରୁଛି ରୋଗାକ୍ରାନ୍ତ। ତେବେ ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ରହିଛି କି ନା, ଯଦି ନାହିଁ ତେବେ ଚାଲୁଛି କେମିତି, ସ୍ଥାନୀୟ ଲୋକଙ୍କ ଧନଜୀବନ ବିପଦ ମୁହଁକୁ ଠେଲି କିଏ ଦେଉଛି ସୁରକ୍ଷା। ଅନ୍ୟପଟେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ବଦଳରେ ନୀରବତା କାହା ସ୍ୱାର୍ଥରେ ବୋଲି ଆଲୋଚନା ହେଉଛି।ସୂଚନାଯୋଗ୍ୟ କି ପି.ଟି.ପି. କ୍ରେସର ଏବଂ ପିଚୁ ପ୍ଲାଣ୍ଟ ପାଇଁ ଗ୍ରାମବାସୀ ହନ୍ତସନ୍ତ। ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ତହସିଲ ଅନ୍ତର୍ଗତ ଜଗନ୍ନାଥଖୁଣ୍ଟାର ଗ୍ରାମବାସୀ। ତେବେ ବାରମ୍ବାର ଅଭିଯୋଗ ଓ ରାସ୍ତାରୋକ ପରେ ମଧ୍ୟ ଫଳ ଶୂନ୍। ପୁର୍ବରୁ ବହୁବାର ଆନ୍ଦୋଳନ ଓ ଦାବି ଉପସ୍ଥାପନ କରାଯାଇଥିଲେ ସୁଦ୍ଧା କେବଳ ପ୍ରତିଶ୍ରୁତିରେ ଶେଷ। କ୍ରସର ମାଲିକଙ୍କ ମନମୁଖୀ ଖନନ ଏବଂ ପିଚୁ ପ୍ଲାଣ୍ଟରୁ ନିର୍ଗତ ବିଷାକ୍ତଧୂଆଁ ପାଇଁ ଆଜି ଗ୍ରାମର ଅଧିକାଂଶ ଲୋକ ହୃଦଘାତ, ଟାଇଫଏଡ ଓ ହଇଜା ଭଳି ସଂକ୍ରାତ୍ମକ ରୋଗର ଶୀକାର ହେଉଥିବା ଅଭିଯୋଗ କରିଛନ୍ତି । ଏପରିକି ଅନେକ ସମୟରେ ଅଧିକାଂଶ ଗୃହପାଳିତ ପଶୁମାନେ ମଧ୍ୟ ବାଦ ପଡିନାହାନ୍ତି ବିଭିନ୍ନ ରୋଗର ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି। ବର୍ଷ ତମାମ କ୍ରସରର ପଥର ଗୁଣ୍ଡ ଏବଂ ପିଚୁ ପ୍ଲାଣ୍ଟରୁ ନିର୍ଗତ ବିଷାକ୍ତ ଧୂଆଁ କୂଅ, ପୋଖରୀର ଜଳରେ ମିଶି ପ୍ରଦୂଷିତ ହେବା ସହ ବିଲ ଓ ଜଳାଶୟ ଗୁଡିକ ପୋତିହୋଇ ଯାଉଛି। ସେପଟେ ନିକଟରେ ଥିବା ବାଲିବନ୍ଧ ଓ ଭାଙ୍ଗାବନ୍ଧ ନଷ୍ଟ ହୋଇ ମାଟିରେ ମିଶି ଗଲାଣି । ଏହାର ପ୍ରତିବାଦରେ ବେଆଇନ ପ୍ଲାଣ୍ଟ ଉଚ୍ଛେଦ ସହ ସ୍ଥାୟୀ ସମାଧାନ ସହିତ ଗ୍ରାମରେ ନୂତନ ରାସ୍ତାନିର୍ମାଣ ଓ ବିଶୁଦ୍ଧ ଜଳଯୋଗାଣ ଦାବିରେ ରାସ୍ତା ରୋକରେ ବସିଥିଲେ ଶତାଧିକ ଗ୍ରାମବାସୀ ଖବରପାଇ ଘଟଣାସ୍ଥଳରେ କ୍ରୋସର ମାଲିକ ପହଂଚି ଗ୍ରାମବାସୀମାନଙ୍କ ଦାବୀ ଅନୁସାରେ ସବୁ ମୌଳିକ ସୁବିଧା ଯୋଗାଇ ଦେବାର ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା l
ବାଇଟ
ମାତ୍ର ପ୍ରଶାସନ ସମସ୍ୟାର ସମାଧାନ ନିମନ୍ତେ ହସ୍ତକ୍ଷେପ କରିବା ବଦଳରେ ନୀରବତା ଅବଲମ୍ବନ ଅଞ୍ଚଳବାସୀଙ୍କ ମନରେ କ୍ଷୋଭ ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଉଛି। ସେହିପରି ସ୍ଥାନୀୟ ଲୋକଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ବେଆଇନ ପ୍ଲାଣ୍ଟ ଉଚ୍ଛେଦ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗକୁ କି ପଦକ୍ଷେପ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା।









