Search
Close this search box.

ରାଇରଙ୍ଗପୁର ବାର ସଙ୍ଘ ତରଫରୁ ଓକିଲ ଦିବସ ପାଳିତ Lawyers Day is celebrated on behalf of Rairangpur Bar Federation

ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ବାରସଂଘ ତରଫରୁ ଓକିଲ ଦିବସ ପାଳିତ ହୋଇଯାଇଛି | ବାର ସଂଘର ସଭାପତି ଅକ୍ଷୟ ମହାନ୍ତି ସଭାପତିୟ ବକ୍ତବ୍ୟ ପ୍ରଦାନ କରିଥିଲେ |ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ ନ୍ୟାୟାଧୀଷ ଶଶିକାନ୍ତ ମିଶ୍ର ଯୋଗ ଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଅତୀତ ସ୍ମୃତି ରୋମାନ୍ଥନ କରି କହିଥିଲେ ସେ ଜଣେ ସ୍ବାଭିମାନୀ ଏବଂ ଓଡିଆମାନଙ୍କୁ ସଦା ବେଳେ କହୁଥିଲେ ଆଲୋ ସଖୀ ଆପଣା ମହତ ଆପେ ରଖି ତଥା ତାଙ୍କର ସଚ୍ଚୋଟପଣିଆ ଓ ତ୍ୟାଗମନୋଭାବ ପାଇଁ ସାରା ଓଡିଶା ଆଜି ମଧ୍ୟ ମନେ ରଖିଛି |ଆଜି ଆମେ ଯେଉଁ ସ୍ବତନ୍ତ୍ର ଉତ୍କଳ ଗଠନ କରିପାରିଛେ କେବଳମାତ୍ର ତାଙ୍କର ହିଁ ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ |ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ,ସବ୍ ଜଜ୍ ସ୍ନିଗ୍ଧା ଦାସ,ଜେଏମ୍ଏଫ୍ ସି ଦେବାଶିଷ ପଥାଳ ଓ ଏସ୍ ଡି ଜେ ଏମ ସୁଧାଂଶୁଶେଖର ସେନାପତି ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |ଏଥିରେ ପୂର୍ବତନ ସଭାପତି ରସାନନ୍ଦ ଲେଙ୍କା,ପ୍ରଭାସ କୁମାର କବି ଓ ଗୋପୀନାଥ ମାରାଣ୍ଡି ମଧୁ ବାବୁ ସଂମ୍ପକରେ ସଂକ୍ଷେପରେ ବକ୍ତବ୍ୟ ରଖିଥିଲେ | ଉକ୍ତ ସଭାକୁ ଓକିଲ ଦୁଷ୍ମନ୍ତ କୁମାର ବସା ପରିଚାଳନା କରିଥିବା ବେଳେ ବାର ସଂଘ ସଂପାଦକ ହରେକୃଷ୍ଣ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ |ଏହି ଅବସରରେ ଦଶ ଜଣ ବରିଷ୍ଟ ଆଇନଜୀବୀମାନଙ୍କୁ ଉପଢୋକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ,ସେମାନେ ହେଲେ ପ୍ରଦୀପ ଦାସ,ସୁବ୍ରତ ପ୍ରସନ୍ନ ଦାସ,ଲକ୍ଷ୍ମଣ ମାଝୀ,ସୁଶାନ୍ତ କୁମାର ମିଶ୍ର,ଅମ୍ବିକା ପ୍ରସାଦ ପଟ୍ଟନାୟକ,ମହେନ୍ଦ୍ର କୁମାର ଦାଶ,ରାଜ ବଲ୍ଲଭ ମହାନ୍ତ,ଦେବ କୁମାର କର,ଦିବ୍ୟଲୋଚନ ପଟ୍ଟନାୟକ ଓ ବୀର କିଶୋର ମହାପାତ୍ର ପ୍ରମୁଖ |ଏହି ବଶାଳ ମଧୁଜୟନ୍ତୀ ଅବା ଓକିଲ ଦିବସରେ ରାଇରଙ୍ଗପୁର ସହରର ସମସ୍ତ ଓକିଲ ଯୋଗଦାନ କରିଥିଲେ

 

Leave a Comment

Read More