ବାମନଘାଟୀ ମହୋତ୍ସବ ମାଦଳ ୨୦୨୩ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ସଭାପତିତ୍ବରେ ଉଦଯାପିତ ହୋଇଯାଇଛି |ଏଥିରେ ମୁଖ୍ୟଅତିଥି ଭାବେ ମହିଳା ,ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍,ସମ୍ମାନିତ ଅତିଥି ରୂପେ ମୋରଡା ବିଧାୟକ ରାଜ କିଶୋର ଦାସ,ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦାଃ,ରାଜ୍ୟସଭା ସାଂସଦ ମମତା ମହାନ୍ତ,ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଡଃ ଦେବାଶିଷ ମାର୍ଣ୍ଡି,ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ ଅଭିଶେକ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ |

ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଦାଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତଥିଲେ |ଖୁସି ଓ ସଂଜୟ ସଭାକାର୍ଯ୍ୟ ପରିଚାଳନା କରିଥିଲେ |ଅନ୍ତିମ ସନ୍ଧ୍ୟାରେ କରମସାନି ଲୋକ ନୃତ୍ୟ,ଭୂମିଜ ନୃତ୍ୟ,ସାନ୍ତାଳ ନୃତ୍ୟ,ଦରବାରୀ ଝୁମର,ଛଉନୃତ୍ୟ ଓ ଭୂବନେଶ୍ବର ରିୟଲ ଟ୍ୟୁନ ଫ୍ୟୁଜନ୍ ବ୍ୟାଣ୍ଡ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଯେଉଁଠାରେ କଣ୍ଠ ଶିଳ୍ପୀ ଶକ୍ତି ମିଶ୍ର,ପମି ମିଶ୍ର,ରାଜେଶ ଶତପଥି,ଭାଗ୍ୟଶ୍ରୀ ମହାନ୍ତି ଏବଂ ଅଞ୍ଜଳି ଦତ୍ତ ପ୍ରମୁଖ ନିଜର ରଙ୍ଗାରଙ୍ଗ ମେଲୋଡିରେ ଦର୍ଶକ ଆତ୍ମବିଭୋର ହୋଇପଡିଥିଲେ |ଉପଜିଲ୍ଲାପାଳଙ୍କ କଣ୍ଠରୁ ସୁଲଳୀତ ସଙ୍ଗୀତ ଅତି ମନଲୋଭା ଥିଲା |

ରାଇରଙ୍ଗପୁର ମାଟିର କୃତି ସନ୍ତାନ ଭାବେ ସାଇବା ଶୁଶିଲ ହାଁସଦାଃ,ବବିତା କୈଲିଆର,ମନୋଜ ମଲ୍ଲିକ,ମୁରାରୀ ମୋହନ ବାରିକ ,ଗୁଲାପ ସିଂ ଓ ମଦନ ମାର୍ଣ୍ଡି ପ୍ରମୁଖଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା |ଶେଷରେ ଉପଜିଲ୍ଲାପାଳ ସରୋଜ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ |









