ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ରାସଗୋବିନ୍ଦପୁର ଠାରେ ଥିବା ବିନୋଦ ରାୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ମଧ୍ୟାହ୍ନ ଭୋଜନକୁନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅଶାନ୍ତି । ସୂଚନାଯୋଗ୍ୟ ଯେ ସବୁଦିନ ଭଳି ଆଜି ମଧ୍ୟ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ କେବଳ ଭାତ ଦିଆଯାଇଥିବା ବେଳେ ତରକାରୀର ଅଭାବରୁ ଅଧିକାଂଶ ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଇପାରିନଥିଲେ । ତରକାରୀ ନ ଦେବାରୁ ପିଲାମାନେ ଭାତ ଖାଇନପାରି ଅଭିଭାବକଙ୍କୁ ଜଣାଇଥିଲେ ।

ପରେ ସମସ୍ତ ଛାତ୍ରଛାତ୍ରୀମାନେ ଭାତ ଥାଳି ଧରି ରାସଗୋବିନ୍ଦପୁର ବ୍ଲକ ପରିସରରେ ଧାରଣା ଦେଇଛନ୍ତି । ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଏସ ଏସ ଜି ମହିଳା ମାନେ ଖାଦ୍ୟ ପ୍ରସ୍ତୁତ ଦାୟିତ୍ୱରେ ଥିବା ବେଳେ ତରକାରୀର ଅଭାବ ଦୀର୍ଘଦିନ ଧରି ଚାଲିଥିବା ଅଭିଯୋଗ ହୋଇଛି । ଏସ ଏସ ଜି ମହିଳାମାନେ ମନମୁଖି ଭାବେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଅନୁଯାୟୀ କମ ପରିମାଣରେ ତରକାରୀ ପ୍ରସ୍ତୁତ ପରିତାପର ବିଷୟ ବୋଲି ହୋଇଛି ଅଭିଯୋଗ। ଏ ଘଟଣା ବାବଦରେ ପୂର୍ବରୁ ବ୍ଳକ ଶିକ୍ଷା ଅଧିକାରୀ ଜାଣିଥିବା ବେଳେ ଏ ସମସ୍ୟା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ଏସ ଏଚ ଜି ମହିଳାଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବରେ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଉଚିତ ମନେ କରିନଥିଲେ ସ୍ଥାନୀୟ ବିଭାଗୀୟ କତୃପକ୍ଷ |

ତେବେ ଦିନ ଗୋଟିଏ ପାଖରୁ ପିଲାମାନେ ବ୍ଲକ ପରିସରରେ ଧାରଣା ଦେଇ କହିଛନ୍ତି ଉକ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବୁଝୁଥିବା ଏସ ଏସ ଜି ଗ୍ରୁପକୁ ବାଦ କରିବା ସହ ଭଲ ଖାଦ୍ୟ ଦେବା ପାଇଁ ଦାବି କରିଛନ୍ତି । ଘଟଣା ସ୍ଥଳରେ ରାସଗୋବିନ୍ଦପୁର ବିଡିଓ ଲଲାଟେନ୍ଦୁ ସି,ବିଇଓ ସତୀଶ ଚନ୍ଦ୍ର ମହାପାତ୍ର ଓ ପୋଲିସ ଉପସ୍ଥିତ ରହି ଅଭିଭାବକ ଓ ପିଲାଙ୍କୁ ବୁଝାସୁଝା କରିବା ପରେ ସଂନ୍ଧ୍ୟା ୬ଟା ସମୟରେ ପିଲାମାନେ ଧାରଣା ରୁ ଉଠିଥିଲେ ।









