Search
Close this search box.

କରଞ୍ଜିଆ ବ୍ଲକ ସ୍ତରୀୟ ପୋଷଣ ପକ୍ଷ ୨୦୨୩ ପାଳିତ l

ଦିନକୁ ଦିନ ଯାହାକି ମାଣ୍ଡିଆ ର ଚାହିଦା ହ୍ରାସ ପାଉଥିବା ବେଳେ ଏହାକୁ ଆଖି ଆଗରେ ରଖି ICSD ପ୍ରଜେକ୍ଟ ପକ୍ଷରୁ ମାଣ୍ଡିଆ ର ଚାହିଦା ଏବଂ ମାଣ୍ଡିଆ ଖାଇବା ଦ୍ୱାରା ଦେହ ପ୍ରତି କଣ ଉପକାର ହୋଇଥାଏ ତାହାକୁ ନେଇ ମାର୍ଚ୍ଚ 20 ରୁ ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ପୋଷଣ ପକ୍ଷ ଅବସର ରେ ଆଜି ବ୍ଲକ ସ୍ତରୀୟ ପୋଷଣ ପକ୍ଷ 2023 ପାଳିତ ହୋଇଯାଇଛି।


ତେବେ ଆଜି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ରେ ପୋଷଣ ପକ୍ଷ ଦିବସ ପାଳନ କରାଯାଇଥିଲା | କରଞ୍ଜିଆ ବ୍ଲକ କାର୍ଯ୍ୟାଳୟ ଅଧିକାରୀ ହୃଦାନନ୍ଦ ଆଧା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାର୍ଣ୍ଡି, ସମ୍ମାନିତ ଅତିଥିରୂପେ ବ୍ଲକ ଉପାଧ୍ୟକ୍ଷ ଛତିଶ ମହାନ୍ତ,ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ସୁଭଦ୍ରା ମହାନ୍ତ, ପ୍ରମୁଖ ଯୋଗ ଦେଇଥିବା ବେଳେ କରଞ୍ଜିଆ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀଙ୍କ ସହିତ ଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ ତେବେ ମାଣ୍ଡିଆ ରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିବା ସହିତ ମାଣ୍ଡିଆ ଖାଇବା ଦ୍ୱାରା କଣ ଉପକାର ହୋଇଥାଏ ଏହାକୁ ନେଇ ଅତିଥି ମାନେ ବିଶେଷ ଭାବେ ଉପାଦେୟତା ଉପରେ ଆଲୋକପାତ କରିଥିଲେ। ତେବେ ଏହା କେମିତି ଆଗାମୀ ଦିନରେ ପ୍ରତ୍ୟେକ ଗାଁ ଗହଳିରେ ଲୋକଙ୍କ ପ୍ରିୟ ଖାଦ୍ୟ ହୋଇପାରିବ ତାହାକୁନେଇ ଅଙ୍ଗନବାଡି କର୍ମୀ ମାନଙ୍କୁ ଅବଗତ କରିଥିଲେ |
ତେବେ ମାଣ୍ଡିଆ ଉପରେ ପ୍ରସ୍ତୁତ ହୋଇଥିବା ଶ୍ରେଷ୍ଠ ଖାଦ୍ୟ ପ୍ରସ୍ତୁତି କାରୀ ଭାବେ ବିନ୍ଦୁ ଦେହୁରୀ, ସଂଯୁକ୍ତା ସହର, ସିପ୍ରାରେଖା ପତ୍ରୀ, ରିତାଞ୍ଜଳୀ ବେହେରା ଙ୍କ ସମେତ ଅନ୍ୟ ଅଙ୍ଗନୱାଡି କର୍ମୀ ଓ ମାଆ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରିବା ସହିତ ଛାତ୍ରୀ ମାନଙ୍କ ମଧ୍ୟରେ ମାଣ୍ଡିଆ ର ଉପାଦେୟତା ଶୀର୍ଷକ ବକୃତା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଏହି ପ୍ରତିଯୋଗିତା ରେ ପୂଜାରାଣୀ କର ପ୍ରଥମ ହୋଇଥିବା ବେଳେ ରଶ୍ମିତା ନାଏକ ଓ ଅଲ୍ଲୀ ମଢେଇ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ।

Leave a Comment

Read More

Verified by MonsterInsights