ଦାଦା ବଟି ପାଇଁ ଘାଇ କାର୍ଯ୍ୟ ବନ୍ଦ!
ଯାଜପୁର ବରୀ,,୧୦/୦୮/୨୬…. ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇବା ସହିତ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ପୂର୍ଣ୍ଣ ବାର୍ ଲଗାଣ ବର୍ଷା ହେଉଥିବା ରୁ ନଦୀ ମାନଙ୍କର ଜଳସ୍ତର ବୃଦ୍ଧି ପାଉଛି। ଫଳରେ ଜଳସମ୍ପଦ ବିଭାଗ ଜନ କଲ୍ୟାଣ ପାଇଁ ଏବଂ ସାଧାରଣ ଲୋକଙ୍କ ଧନ ଜିବନ ପୂର୍ଣ୍ଣ ବାର୍ ନଷ୍ଟ ନ ହେବାପାଇ । ଏହା କୁ ଦୃଷ୍ଟିରେ ରଖି ଚାଷୀ ମାନଙ୍କ ରହି ଥିବା ଫସଲ ନଷ୍ଟ ନ ହେବା ପାଇଁ ସତ ପ୍ରତି ସତ୍ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଅସାମାଜିକ ଯୁବକମାନେ ଏହି କାର୍ଯ୍ୟ କୁ ବନ୍ଦ କରିବା ସହିତ ଦାଦା ବଟି ମାଗୁଥିବା ଖବର ମିଳୁଛି। ଏପରି ଘଟଣା ଦେଖିବାକୁ ମିଳିଛି ବରୀ ଜଳସମ୍ପଦ ବିଭାଗ ଅଧିନରେ ଥିବା ରତ୍ନଗିରି ଜଳ ସମ୍ପଦ ନିମ୍ନ ଖଣ୍ଡ ର ଚନ୍ଦନ ପୁର ବ୍ରାହ୍ମଣୀ ନଦୀ ଦକ୍ଷିଣ ପାଶ୍ୱର୍ର ଚନ୍ଦନପୁର ସେତୁ ନିକଟବର୍ତ୍ତୀ ସ୍ଥାନ ରେ । ଏଠାରେ ପୂର୍ବରୁ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ବନ୍ଧ ଥିବା ବେଳେ ଚନ୍ଦନ ପୁର ଗ୍ରାମ ର କିଛି ସମାଜ ସେବୀ ଲୋକ ମାନେ ବାରଂବାର ଦାବି କରୁଥିଲେ ଯେ ବ୍ରାହ୍ମଣୀ ନଦୀ ଦକ୍ଷିଣ ପାଶ୍ୱର୍ର ବିଜୁ ସେତୁ କୁ ଲଗାଇ ଏକ ଘେରି ବନ୍ଧ ନିର୍ମାଣ କରିବାପାଇଁ ଏହାକୁ ଦୃଷ୍ଟି ରେ ରଖି ଜଳସମ୍ପଦ ବିଭାଗ ସେଠାରେ ନୂତନ ଭାବେ ଏକ ଘେରି ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି କାର୍ଯ୍ୟ ଜ୍ୟୋତି ପ୍ରକାଶ ଦାସ୍ ନାମରେ ଟେଣ୍ଡର ହୋଇଥିଲା ଏହି ଠିକା ସଂସ୍ଥା ପ୍ରାୟତଃ ୫୦% କାର୍ଯ୍ୟ ହୋଇ ସାରି ଥିବା ବେଳେ ଆହୁରି ୫୦% କାର୍ଯ୍ୟ ବାକି ଅଛି। ଦୁର୍ଭାଗ୍ୟ ବଶତଃ ଲଗାଣ ବର୍ଷା ସାଂଗକୁ ନଦୀ ଜଳସ୍ତର ବୃଦ୍ଧି ପାଇବା ଫଳରେ ନୂତନ ଭାବେ ହୋଇଥିବା ମାଟି ରେ ନିର୍ମିତ ଘେରି ବନ୍ଦ ଧଷ୍କି ଯାଇ ଏକ ପ୍ରାକୃତିକ ଘାଇ ସୃଷ୍ଟି ହୋଇଥିଲା। ପୂର୍ଣ୍ଣ ବାହାର ନଦୀ ଜଳସ୍ତର ବୃଦ୍ଧି ପାଉଥିବା ଦେଖି ଜଳସମ୍ପଦ ବିଭାଗ ଘାଇ ସୃଷ୍ଟି ହୋଇଥିବା ସ୍ଥାନରେ ବହ୍ଲା ଏବଂ ବାଉଁଶ ଦ୍ୱାରା ବନ୍ଧ ର ଉଭୟ ପାଶ୍ୱର୍ରେ ଲଗାଇ ତୁରନ୍ତ ମରାମତି କାର୍ଯ୍ୟ କରିବା ନିମନ୍ତେ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଅସାମାଜିକ ଯୁବକ ସଂଘ ବୋଧ ଭାବେ ଯାଇ କାର୍ଯ୍ୟ କରୁଥିବା ଜଳସମ୍ପଦ ବିଭାଗ ଅଧିକାରୀ ମାନଂକୁ ଆକ୍ଷି ଦେଖାଇବା ସହିତ କାମ କୁ ବନ୍ଦ କରିବା ଦେଖିବାକୁ ମିଳିଛି। ଏମାନଙ୍କ ଉପରେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଥାନାଧିକାରୀ ଦୃଷ୍ଟି ଆକର୍ଷଣ କରିବାପାଇଁ ଗ୍ରାମ ବାସୀ ଦାବି କରୁଛନ୍ତି।









