Search
Close this search box.

ପୂର୍ତ୍ତ ସଡ଼କ ରେ ଧାନ ତଳି ରୋଇଲେ ଯୁବ ସମାଜ ବାଲିଚନ୍ଦ୍ରପୁର

  • ପୂର୍ତ୍ତ ସଡ଼କ ରେ ଧାନ ତଳି ରୋଇଲେ ଯୁବ ସମାଜ
    ବାଲିଚନ୍ଦ୍ରପୁର ତା ୨୧/୭=ବାଲିଚନ୍ଦ୍ରପୁର ଲଳିତଗିରି ପୂର୍ତ୍ତ ସଡ଼କ ର ସାହସପୁର କଲେଜ ଚକ ଠାରୁ ପଟ୍ଟାମୁଣ୍ଡାଇ କେନାଲ ନୂଆ ପୋଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ବ୍ୟବହାର ଅନୁପଯୁକ୍ତ ହୋଇ ଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ବିଭାଗୀୟ ଅଧିକାରୀ ଏ ବିଷୟ ନେଉ ନିଦାବିଷ୍ଣୁ ହୋଇଥିବାରୁ ସ୍ଥାନୀୟ ଯୁବସମାଜ ଉତକ୍ଷିପ୍ତ ହୋଇ ଆଜି ସମୂହ ସେହି ରାସ୍ତା ଉପରେ ଧାନ ତଳି ରୋପଣ କରୁଥିବାର ଦେଖି ବାକୁ ମିଳିଥିଲା।ପ୍ରକାଶ ଯୋଗ୍ୟ ଅବିଭକ୍ତ କଟକ ଜିଲ୍ଲାର ଏକ ବଡ ବ୍ୟବସାୟିକ ପେଣ୍ଠସ୍ଥଳୀ ହେବା ସହ ଏହି ବଜାର ନିକଟରେ ତିନି ଗୋଟି ମହାବିଦ୍ୟାଳୟ ଓ ଏକାଧିକ ଶିଖାନୁଷ୍ଠାନ ଥିବାରୁ ଦୈନିକ ହଜାର ହଜାର ଗଡି ମୋଟର ଓ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ସେ ନେଇ ଏହି ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା ଭାବେ ଏହାର ମରାମତି ନିମନ୍ତେ ବହୁବାର ଦାବି ହୋଇ ଆସୁଥିଲା। ଏ ସବୁ ସତ୍ୱେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରି ମହୋଦୟ ସାଧାରଣ ଲୋକ ଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁ ନଥିବା ଏକ କ୍ଷଭୋର ବିଷୟ। ଆଜି ବାଲିଚନ୍ଦ୍ରପୁର ଓ ଏହାର ଅଖପାଖ ଅଂଚଳର ବହୁ ଯୁବକ ଏହିରାସ୍ତାର ପହଂଚି ଧାନ ତଳି ରୋଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ। ଅନନ୍ତ ଦାସ ଙ୍କ ନେତୃତ୍ୱ ରେ ସତ୍ୟାନନ୍ଦ ମଲ୍କିକ, ନିବାରଣ ସାହୁ, ବିମଲ ଧଳ ସମେତ ବାଲିଚନ୍ଦ୍ରପୁର ଅଂଚଳ ର ବହୁ ଯୁବକ ପହଂଚି ଥିଲେ।

Leave a Comment

Read More

Verified by MonsterInsights