Search
Close this search box.

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭଗବାନ ବୁଦ୍ଧଦେବଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ।

ବାଲିଚନ୍ଦ୍ରପୁର ୦୫/ ୦୫

ବାଲିଚନ୍ଦ୍ରପୁର ନିକଟସ୍ଥ ମାହାଙ୍ଗା ବ୍ଲକ ଅନ୍ତର୍ଗତ ଲଳିତଗିରି ପଞ୍ଚାୟତ ନଣ୍ଡା ପାହାଡ଼ ପାଦଦେଶରେ ଭଗବାନ ବୁଦ୍ଧଦେବଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଓଡିଶା ସାହିତ୍ୟ ଏକାଡେମୀ ଓ ମାହାଙ୍ଗା ବିକାଶ ପରିଷଦ ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ସମାଜସେବୀ ଜିତେନ୍ଦ୍ର କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ପ୍ରଖ୍ୟାତ ବୌଦ୍ଧ ପୀଠ ଲଳିତଗିରି ସାରାବିଶ୍ୱ କୁ ଶାନ୍ତିର ବାର୍ତ୍ତା ଦେଇ ଆମକୁ ଗର୍ବରେ ମହିମା ମଣ୍ଡିତ କରିଛି।, ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ଡ଼ ଯଚିତ୍ର କୁମାର ରାଉତ ଯୋଗଦେଇ ବୌଦ୍ଧ ସଂସ୍କୃତି ହେଉଛି ପ୍ରାଚିନ ତମ ସଂସ୍କୃତି ଏହି ସଂସ୍କୃତିରୁ ସବୁ ଧର୍ମ ର ନିର୍ଯାଶ ଆମ ଐତିହ ପରମ୍ପରା କୁ ସମୃଦ୍ଧ କରିଛି। ମୁଖ୍ୟ ବକ୍ତା ଭାବେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ତଥା ସଂସ୍କୃତି ଗବେଷକ ପ୍ରଫେସର ଡ଼ ଲକ୍ଷ୍ମଣ କୁମାର ସାହୁ, ସମ୍ମାନିତ ବକ୍ତା ଭାବେ ସୁସାହିତ୍ୟିକ ସଚ୍ଚିଦାନନ୍ଦ ବେହେରା, ସମ୍ମାନିତ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ। ସମିତି ସଭ୍ୟ ଧ୍ରୁବଚରଣ ସାମଲ ଧନ୍ୟବାଦ ଦେଇଥିଲେ। ଯଯାତି କେଶରୀ ସିଂହ, ରତିକାନ୍ତ ସିଂହ, କିଶୋର ଚନ୍ଦ୍ର ସିଂହ, ଅମୀୟ ସିଂହ, ଦେବାଶିଷ ନାୟକ, ଦୀପକ କୁମାର ନାୟକ, ପ୍ରଦୀପ୍ତ ମହାରଣା, ପ୍ରତାପ ସିଂହ, କମଳାକାନ୍ତ ସିଂହ ଙ୍କ ସମେତ ଉଭୟ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେହିପରି ବିଧାୟକ ଶ୍ରୀ ପ୍ରଧାନ ଲଳିତଗିରି ପଂଚାୟତ ପୁରୁଷୋତ୍ତମ ପୁର ଠାରେ ବାଲିଚନ୍ଦ୍ରପୁର ଲଳିତଗିରି ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ।

Leave a Comment

Read More

Verified by MonsterInsights