ଓଳାଶୁଣୀ ମହୋତ୍ସଭ ରେ ସମ୍ବଦିକ ସମ୍ବର୍ଦ୍ଧିତ
ବଡ଼ଚଣା ତା ୧୭/୧=ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟ ଓ ସନ୍ଥ ଅରକ୍ଷିତ ଦାସ ଫାଉଂଡେସନ ପକ୍ଷରୁ ସନ୍ଥ ଅରକ୍ଷିତ ଦାସ ଙ୍କ ୧୮୯ ତମ ବ୍ରହ୍ମଳୀନ ଦିବସ ଅବସରରେ ଆୟୋଜିତ ଓଳାଶୁଣୀ ଗୁମ୍ଫା ମହୋତ୍ସବ ରେ ବାଲିଚନ୍ଦ୍ରପୁର ଅଂଚଳର ବରିଷ୍ଠ ସାମ୍ବାଦିକ ଏକାଦଶୀ ସେଠି ଙ୍କୁ ନିରବଛିନ୍ନ ନିରପେକ୍ଷ ସାମ୍ବାଦିକତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ରଞ୍ଜନ କୁମାର ଦାସ ଯୋଗ ଦେଇ ସାମ୍ବାଦିକ ଙ୍କର ସାମ୍ବାଦିକତା କ୍ଷେତ୍ରରେ ନିଷ୍ଠାପରଟା , ନିର୍ଭିକତା ସମ୍ପର୍କରେ ଭୁୟସୀ ପ୍ରଶଂସକରିବା ସହ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଶିଷ୍ଟ ଆତିଥି ଭାବେ ବୈଦିକ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ଡ଼ ହରିହର କାନୁନଗୋ ଓ ଟ୍ରଷ୍ଟି ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଉତ୍ସବ ରେ ଓଳାଶୁଣୀ ଟ୍ରଷ୍ଟ ର ସଭାପତି ଶରତ ଚନ୍ଦ୍ର ପ୍ରଧାନ ଙ୍କ ଅଧକ୍ଷତରେ ତଥା ମ୍ୟାନେଜଙ୍ଗ ଟ୍ରଷ୍ଟି ଶୁଭେନ୍ଦୁ କୁମାର ଭୂୟାଁ ଙ୍କ ସଞ୍ଚାଳନାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଲିଚନ୍ଦ୍ରପୁର ପ୍ରେସ୍ କ୍ଲବ ର କର୍ମକର୍ତା ଓ ସଦସ୍ୟ ମାନେ ଶ୍ରୀ ସେଠି ଙ୍କୁ ଅଭିନନ୍ଦନ ଜଣାଇଛନ୍ତି.।









