Search
Close this search box.

ଓୟୁଜେ ପକ୍ଷରୁ ସାଧାରଣ ପରିଷଦ ବୈଠକ ଦ୍ୟୁବାର୍ଷିକ ନିର୍ବାଚନ

*ଓୟୁଜେ ପକ୍ଷରୁ ସାଧାରଣ ପରିଷଦ ବୈଠକ ଦ୍ୟୁବାର୍ଷିକ ନିର୍ବାଚନ।*
ଯାଜପୁର। ବାଲିଚନ୍ଦ୍ରପୁର 18। 11
ଯାଜପୁର ବ୍ଲକ ବରୁଆ ତାରାଦେବୀ ପୀଠ ଠାରେ ଓୟୁଜେ ର ଯାଜପୁର ଜିଲ୍ଲା ଶାଖା ର ସାଧାରଣ ପରିଷଦ ବୈଠକ ଓ ଦ୍ୟୁବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଯାଇଛି। ସଂଘ ଜିଲ୍ଲା ସଭାପତି ଆଦିତ୍ୟ ମେକାପ ଙ୍କ ଅନୁଷ୍ଠିତ ଓୟୂଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି , ଉପସଭାପତି ରାଜୀବ କୁମାର ମହାନ୍ତି, ଏନୟୁଜେ ସଭ୍ୟ ଅଭୟ ପତି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୋଧ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଧାରଣଲୋକଙ୍କ ନ୍ୟାୟ ପାଇଁ କାର୍ଯ୍ୟ କରିବାକୁ ମତ ରଖିଥିଲେ। ସଂଘ ସଦସ୍ୟତା ଗ୍ରହଣ କରିବା, ସାମ୍ବାଦିକଙ୍କ ହକ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ସଂଘ ପକ୍ଷରୁ ଉପସ୍ଥାପିନା କରାଯିବାକୁ ସ୍ଥିର କରାଯାଇଥିଲା। ସମସ୍ୟା ସମ୍ପର୍କରେ ଜିଲ୍ଲା ବିଭିନ୍ନ ବ୍ଲକ ସାମ୍ବାଦିକମାନେ ମତ ରଖିଥିଲେ। ଏହି ଅବସର ରେ ସଦରଥାନା ଅଧିକାରୀ ଶଙ୍କଷଣ ଦଳାଇଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ସର୍ବସମ୍ମତି କ୍ରମେ ନିର୍ବାଚନ କରାଯାଇଥିଲା l ଏଥିରେ ସଭାପତି ଅରୁଣ କୁମାର ରାଉତରାୟ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥି, ସଧାରଣ ସମ୍ପାଦକ ଚନ୍ଦ୍ରଶେଖର ସାହୁ, ଉପସଭାପତି ଦେବବ୍ରତ ସାହୁ, ପ୍ରବୋଧ ମିଶ୍ର, ସହସମ୍ପାଦକ ହେମେଶ ଜେନା, ଜୋନାଲ ସଂପାଦକ ମହେନ୍ଦ୍ର ସ୍ବାଇଁ, ମାନସ ଜେନା, ପ୍ରଶାନ୍ତ ବିଶ୍ଵାଳ, ସୁବ୍ରତ ଜେନା, ସାଂଗଠାନିକ ସଂପାଦକ ତପନ ମହାନ୍ତି, ଲିଗାଲ ସେଲ ମାନସ ରଂଜନ ତ୍ରୀପାଠୀ, ଟ୍ରିବୁନାଲ ଦେବୀ ପ୍ରସନ୍ନ ନାୟକ, ଆବାହକ ଦେବେନ୍ଦ୍ର ପାଢ଼ୀ, ବିଶ୍ବଭୂଷଣ ବିଶ୍ଵାଳ, ଆଶୁତୋଷ ମିଶ୍ର, ରାକେଶ ବାରିକ, ସୁବ୍ରତ ମଲିକ, ସତ୍ୟରଜନ୍ ମଲିକ, ଅଭିମନ୍ୟୁ ଧଳ, ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଉପଦେଷ୍ଟା ଭାବେ ଶିବରାମ ଦାସ, ଅଜୟ ରାଉଳ, ଆଦିତ୍ୟ ମେକାପ, ବିଜୟ ମହନ୍ତି, ନିରଞ୍ଜନ ପଣ୍ଡା, ରବୀନ୍ଦ୍ର ପରିଡ଼ା, ଅଜୟ ରଣା ଙ୍କୁ ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତାଙ୍କୁ ରାଜ୍ୟ ସଭାପତି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସୁଶାନ୍ତ ବେହୂରିଆ ଧନ୍ୟବାଦ ଦେଇଥିଲେ।

Leave a Comment

Read More