– ଛଟ ମହାପର୍ବରେ ରାଇରଙ୍ଗପୁର ସହର ଉତ୍ସବ ମୁଖର – ଆସ୍ଥା, ବିଶ୍ବାସ ଓ ନିଷ୍ଠାର ମହାନ ପର୍ବ ଛଟ୍ l ଏହା ଓଡିଶା, ବିହାର, ଝାଡଖଣ୍ଡ, ଉତ୍ତର ପ୍ରଦେଶ , ମଧ୍ଯ ପ୍ରଦେଶ ତଥା ସାରା ଭାରତରେ ମହା ଆଡମ୍ବରରେ ପାଳିତ ହୋଇଥାଏ l ଏହା ବିହାରୀ ସଂପ୍ରଦାୟ ମାନଙ୍କର ବଡ ପର୍ବ ଭାବେ ବିବେଚନା କରାଯାଏ l ଛଟି ମୈୟା ଓ ସୂର୍ଯ୍ଯ ପୂଜା କରି ଭକ୍ତମାନେ ନିଜ ପରିବାର ଲୋକମାନଙ୍କର ସୁଖ ଓ ସମୁଦ୍ଧି କାମନା କରିଥାନ୍ତି l ପୂଜା ପାଇଁ ବ୍ରତ ରଖିଥିବା ମହିଳାମାନେ ଚାରି ଦିନ ଧରି ନିର୍ଜଳା ବ୍ରତ ପାଳନ କରି ପ୍ରଥମେ ଅସ୍ତଗାମୀ ସୂର୍ଯ୍ଯ ଏବଂ ପରବର୍ତ୍ତୀ ଦିନ ଉଦୟଗାମୀ ସୂର୍ଯ୍ଯଙ୍କୁ ଅର୍ଘ୍ଯ ଦେଇ ବ୍ରତ ସମ୍ପୂର୍ଣ୍ଣ କରିଥାନ୍ତି l ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଖଡଖାଇ ନଦୀ ଉପକୂଳ ଘାଟରେ ଛଟ୍ ପୂଜା କମିଟୀ ପକ୍ଷରୁ ବିଗତ ପ୍ରାୟ ୩୪ ବର୍ଷରୁ ଅଧିକ ହେବ ଛଟ ମହାପର୍ବ ପାଳନ କରାଯାଇଆସୁଅଛି l ରାଇରଙ୍ଗପୁର ଛଟ୍ ପୂଜା କମିଟୀ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ଯବସ୍ଥା କରାଯାଇଥାଏ l ଉକ୍ତ ଅବକାଶରେ ମଙ୍ଗଳବାର ପ୍ରଥମ ଦିନ ପରିବାର ର ମହିଳାମାନେ ନାହାୟ ଖାଇ କରି ନାଉ ଓ ଭାତ ଖାଇ ବ୍ରତ ଆରମ୍ଭ କରିଥାନ୍ତି l ଦ୍ବିତୀୟ ଦିନ ବୁଧବାର ଖରନା କାର୍ଯ୍ଯକ୍ରମରେ ଖିରି ପୁରୀ ପ୍ରସ୍ତୁତ କରି ସମସ୍ତ ପରିବାର ବର୍ଗ ସେବନ କରିଥାନ୍ତି l ତୁତୀୟ ଦିନ ଗୁରୁବାର ସଂନ୍ଧ୍ଯାଅର୍ଘ୍ଯରେ ପରିବାରର ପୁରୁଷମାନେ କଦଳୀକାନ୍ଦି, ନଡିଆ, ଆଖୁ ବାଡି, ଫଳ, ପିଠାପଣାକୁ ମୁଣ୍ଡରେ ବୋହି ନଦୀକୂଳକୁ ନେଇ ଯାଇଥାନ୍ତି l ତାଙ୍କ ସହ ବ୍ରତ ରଖିଥିବା ମହିଳାମାନେ ନଦୀରେ ଅସ୍ତଗାମୀ ସୂର୍ଯ୍ଯଙ୍କୁ ଅର୍ଘ୍ଯ ଦେଇ ପୂଜା କରିଥାନ୍ତି l ଚତୁର୍ଥ ଦିନ ଶୁକ୍ରବାର ସକାଳ ଅର୍ଘ୍ଯରେ ବ୍ରତଧାରୀ ମହିଳାମାନେ ଛଟ୍ ମୈୟା କୁ ପୂଜାର୍ଚ୍ଚନା ପରେ ଉଦୟଗାମୀ ସୂର୍ଯ୍ଯଙ୍କୁ ଅର୍ଘ୍ଯ ଦେଇ ନିର୍ଜଳା ବ୍ରତକୁ ସମ୍ପର୍ଣ୍ଣ କରିଥାନ୍ତି l ଉକ୍ତ ଭବ୍ଯ ଧାର୍ମିକ ବାତାବରଣରେ ଛଟ୍ ପର୍ବ ସାମାଜିକ ଓ ସାଂସ୍କୁତିକ ଟ୍ରଷ୍ଟର ସଭାପତି ବିଜୟ କୁମାର ରାମ, ଉପସଭାପତି ଅର୍ଦ୍ଦେଶ ମିଶ୍ରା, ସଂପାଦକ ରାଜେଶ କୁମାର ପ୍ରଜାପତି, ସହ ସଂପାଦକ ଲାଲବାବୁ ସାଓ, ଛଟୁ ଯାଦବ, କିଶୋର ରଜକ, ମଦନ ରଜକ, କୋଷାଧ୍ଯକ୍ଷ ବିନୋଦ ଦାସ, କାର୍ଯ୍ଯକାରୀ ସଦସ୍ଯଗଣ ଦେବାଶିଷ ସାଓ, ସୁରଜ ପ୍ରଜାପତି, ରାଜେଶ ରାମ, ରଂଜନ ରାମ, ବିନୋଦ ହେନଂ, ରବୀନ୍ଦ୍ର ସାଓ, ମୟୂର ଗୁପ୍ତା, ବୈଦ୍ଯନାଥ ସାଓ , ମନୁ ପ୍ରସାଦ ଓ ନନ୍ଦୁ ସାଓ ପ୍ରମୁଖ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ l ଉକ୍ତ ଭାବମୟ ପରିବେଶରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ , ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ତଥା ଭାରତୀୟ ଜନତା ଦଳର କର୍ମକର୍ତ୍ତାଗଣ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହ ଓ ପ୍ରେରଣା ଦେଇଥିଲେ l ରାଇରଙ୍ଗପୁର ପୋଲିସ ପ୍ରଶାସନ ମଧ୍ଯ ଯୋଗ ଦେଇ ଶାନ୍ତିଶୁଙ୍ଖଳା ରକ୍ଷା କରିଥିଲେ l ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ












