Search
Close this search box.

ନନ୍ଦ କିଶୋର ବିଦ୍ୟା ମନ୍ଦିରରେ ବିଘ୍ନରାଜ ଶ୍ରୀ ଗଣେଶଙ୍କ ଶ୍ରୀ ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ।…

ନନ୍ଦ କିଶୋର ବିଦ୍ୟା ମନ୍ଦିରରେ ବିଘ୍ନରାଜ ଶ୍ରୀ ଗଣେଶଙ୍କ ଶ୍ରୀ ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ।…

*ବାଲିଚ୍ଦ୍ରପୁର ୦୯/୦୯/: ବାଲିଚନ୍ଦ୍ରପୁର ନିକଟ କୁସୁପୁରସ୍ତ ନନ୍ଦକିଶୋର ବିଦ୍ୟା ମନ୍ଦିର ପରିସରରେ ବିଘ୍ନରାଜ ଶ୍ରୀ ଗଣେଶଙ୍କର ଶ୍ରୀବିଗ୍ରହ ପ୍ରତିଷ୍ଠା ଉତ୍ସବ ପବିତ୍ର ଗଣେଶ ଚତୁର୍ଥୀରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଯାଇଅଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ସମାଜସେବୀ ପ୍ରମୋଦ ଭୂୟାଁ ଶ୍ରୀ ଗଣେଶଙ୍କ ବିଗ୍ରହକୁ ଉଦ୍ଘାଟନ କରିଥିଲେ, ଏହି କାର୍ଯକ୍ରମରେ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ରଞ୍ଜନ ମିଶ୍ର ଯୋଗଦେଇ ଶ୍ରୀ ଗଣେଶଙ୍କ ପୂଜା ଆରାଧନା ସମ୍ପର୍କରେ ବିସ୍ତୃତ ଟିପ୍ପଣୀ ପ୍ରଦାନ କରିଥିଲେ। ଏହି ଉତ୍ସବରେ ସହକାରୀ ଶିକ୍ଷକ ଗଗନ କୁମାର ସାମଲ, ଦିଲ୍ଲୀପ ମଲ୍ଲିକ ଓ ଶିକ୍ଷୟତ୍ରୀ ରାଜଶ୍ରୀ ସାହୁ ଓ ସମସ୍ତ ଶିକ୍ଷକ ଶିକ୍ଷିତ୍ରୀ ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଉକ୍ତ ଶ୍ରୀ ଗଣେଶଙ୍କ ଶ୍ରୀବିଗ୍ରହଙ୍କୁ ପ୍ରତିଷ୍ଠା କରାଇବାରେ ସହଯୋଗ କରିଥିଲେ। ଏହି ଶୁଭ କାର୍ଯକ୍ରମରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ମନ୍ତ୍ର ପାଠ କରିଥିଲେ। ବିଦ୍ୟା ମନ୍ଦିର ପରିସରରେ ଆଗାମୀ ବର୍ଷ ପାଇଁ ଏକ ଭଲ ଉଦ୍ୟାନ ଓ ଏକ ପାଠାଗାର କରିବାପାଇଁ ନିଷ୍ପତି ନିଆଯାଇଥିଲା ତେଣୁ ବିଦ୍ୟା ମନ୍ଦିର ତରଫରୁ ଉଦ୍ଘାଟକ ଶ୍ରୀ ଭୂୟାଁଙ୍କୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସ୍ବାଗତ ଜଣାଇଥିଲେ।

Leave a Comment

Read More