ସାବିତ୍ରୀ ସଦାନନ୍ଦ ସ୍ମାରକୀ ସାମାଜିକ ସେବା ସଂସ୍ଥା ପକ୍ଷ ରୁ ବୁଢ଼ୀ ଜାଗୁଳାଇ କିଶୋରୀ କଲ୍ୟାଣ ସମିତି ରୁକୁଟିପାଟ ସହଯୋଗରେ ବିଶ୍ଵ ଭ୍ରତୃତ୍ୱ ଦିବସ ପାଳିତ।
ବାଲିଚନ୍ଦ୍ରପୁର 08/09
ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ନିକଟ ରୁକୁଟିପାଟ ଠାରେ ସାବିତ୍ରୀ -ସଦାନନ୍ଦ ସ୍ମାରକୀ ସାମାଜିକ ସେବା ସଂସ୍ଥା ପକ୍ଷ ରୁ ବୁଢ଼ୀ ଜାଗୁଳାଇ କିଶୋରୀ କଲ୍ୟାଣ ସମିତି ରୁକୁଟିପାଟ ସହଯୋଗରେ ସମିତି ର ସଭାପତି ବିଶ୍ବରୁପା ରାଉତରାୟ ଅଧ୍ୟକ୍ଷତା ରେ ବିଶ୍ୱ ଭାତୃତ ଦିବସ ଅନୁଷ୍ଟିତ ହୋଇଥିଲା। ଏହି ଉତ୍ସବ ରେ ମୂଖ୍ୟଅତିଥି ଭାବେ ସାମାଜିକ ସେବା ସଂସ୍ଥା ର ଟ୍ରଷ୍ଟି ସମାଜସେବୀ ତଥା ଅବସର ପ୍ରାପ୍ତ ପ୍ରଶାସକ ଗଙ୍ଗାଧର ରାଉତରାୟ ଯୋଗ ଦେଇ ସମ୍ପ୍ରତି ଭାଇ ଭଉଣୀ ର ସମ୍ପ୍ରକ ଅଲୋଡ଼ା ହୋଇଯାଇଥିବା ବେଳେ ଭାଇ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କ କୁ ଅଧିକ ନିବିଡ଼ କରିବା ପାଇଁ ଆଜିର ଏହି ବିଶ୍ୱ ଭ୍ରାର୍ତୃତ ଦିବସ ଜରୁରୀ ହୋଇପଡିଛି ବୋଲି ପ୍ରକାଶ କରିଥିଲେ ।ଏହା ପରେ ଭଉଣୀ ମାନେ ଭାଇ ମାନକୁ ନୂଆ ପୋଷାକ ପିନ୍ଧାଇ ମୁଣ୍ଡ ରେ ଫୁଲ ଚନ୍ଦନ ଧୁବ ଅରୁଆ ଚାଉଳ ଲେପନ କରି ଭାଇ ମାନକର ମଙ୍ଗଳ କାମନା ମନାସି ଥିଲେ ଭାଈ ମାନଙ୍କ ମଧ୍ୟରେ ଅମିୟରଜନ୍ ରାଉତରାୟ, ଜଗନ୍ ଦାଶ, ବିଶ୍ୱଜିତ୍ ଜେନା, ବୈଦ୍ୟନାଥ ରାଉତରାୟ, ପ୍ରଭାତ କୁମାର ରାଉତରାୟ ଯୋଗ ଦେଇଥିବା ବେଳେ କିଶୋରୀ କଲ୍ୟାଣ ସମିତି ପକ୍ଷରୁ ଉପସଭାପତି ଲିପ୍ସା ରାଉତରାୟ, ସଂପାଦିକା ବିଜୟଲକ୍ଷ୍ମୀ ରାଉତରାୟ ସାଧାରଣ ସମ୍ପାଦିକା ସୁଚିସ୍ମିତା ଜେନା ସଦ୍ୟାସା ପ୍ରାଚୀ ପ୍ରିୟଦର୍ଶିନୀ ରାଉତରାୟ, ସ୍ଵାତୀ ସମର୍ଣା ରାଉତରାୟ,ସୋନାଲିକା ଜେନା, ସୀତା ଦାସ, ମଧୁସ୍ମିତା ରାଉତରାୟ ପ୍ରମୁଖ ଯୋଗ ଦେଇ ଭାଇ ମାନଙ୍କୁ ବନ୍ଦାପନା କରିବା ସହିତ ଭାର୍ତୃତ୍ୱ ଦିବସ ସମ୍ପ୍ରକ୍ ରେ ଆଲୋଚନା କରିଥିଲେ।









