Search
Close this search box.

୩ କୋମଳମତି ପିଲାମାନଙ୍କ ଭବିଶ୍ୱତ ର ପ୍ରଶ୍ନ.

୩ କୋମଳମତି ପିଲାମାନଙ୍କ ଭବିଶ୍ୱତ ର ପ୍ରଶ୍ନ
କନ୍ଧମାଳ, ୩୧/୦୮ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତ ଡ଼ାଡି ଗ୍ରାମର ଶୁକୃ ପ୍ରଧାନଙ୍କ ଶୁପୁତ୍ର ରାମଚ଼ନ୍ଦ୍ର ପ୍ରଧାନ,ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଲୁଇସିଂ ପଞ୍ଚାୟତ କମେଲସିଂ ଗ୍ରାମର ଜନକ ସାହୁଙ୍କ ଶୁପୁତ୍ର ଶ୍ରବଣ କୁମାର ସାହୁ ଓ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାହିରାଜୁ ପଞ୍ଚାୟତ ଗବନଳା ଗ୍ରାମର ଗଣେଶ୍ୱର କହଁରଙ୍କ ଶୁପୁତ୍ର ବାବୁଲା କହଁରଙ୍କୁ କୌଣସି ସ୍କୁଲରେ ଆଡ଼ମିସନ ନ ମିଳୁଥିବା ଜଣାପଡ଼ିଛି । ଦେଶର ଭବିଶ୍ୱତ କୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ବିକାଶ ପାଇଁ କୋମଳମତି ପିଲାମାନଙ୍କ ଶିକ୍ଷ୍ୟା କୁ ଗୁରୁତ୍ୱ ଦେଇ ଶିକ୍ଷ୍ୟା ଅନୁଷ୍ଠାନ ଗୁଡ଼ିକରେ ପାଣି ଭଳି ଅର୍ଥ ଖର୍ଚ୍ଚ କରି ଆସୁଥିବା ବେଳେ କୋମଳମତି ପିଲାମାନଙ୍କୁ ଶିକ୍ଷ୍ୟା ଅନୁଷ୍ଠାନ ଗୁଡ଼ିକରେ ଆଡ଼ମିସନ ମିଳିବା ଦୁଲଭ୍ୟ ହୋଇ ଯାଉଥିବା ଦେଖିବାକୁ ମିଳିଛି । ଘଟଣାରୁ ଜଣାପଡ଼ିଛି ଯେ ଛାତ୍ର ରାମଚନ୍ଦ୍ର ପ୍ରଧାନ ଙ୍କ ଆଧାର କାର୍ଡରେ ତୃଟି ହୋଇଥିବା ଆଡ଼ମିସନ ସମୟରେ ଜଣାଇ ଦିଆଯାଇଥିବାରୁ ଆଧାର କାର୍ଡ଼ର ତୃଟିକୁ ସଂସଧନ କରାଇଥିଲେ, ସେହିପରି ଛାତ୍ର ଶ୍ରବଣ କୁମାର ସାହୁ ଏବଂ ବାବୁଲା କହଁର ନିଜର ଜାତି ପ୍ରମାଣ ପତ୍ର,ଇନ୍ କୋମ୍ ,ରେସିଡ଼େଣ୍ଟ ପ୍ରମାଣ ପତ୍ର ସମେତ ବ୍ୟାଙ୍କ ପାସ୍ ଖାତା କୁ
ସଂଗ୍ରହ କରି ସ୍କୁଲ ରେ ଆଡ଼ମିସନ କରିବା ପାଇଁ ଆସିଥିବା ବେଳେ ସ୍କୁଲ କତୃପକ୍ଷ ଆଡ଼ମିସନ ସମୟ ଅତିବାହିତ ହୋଇଯାଇଛି କହିବାରୁ କୌଣସି ସ୍କୁଲରେ ଆଡ଼ମିସନ ମିଳିପାରୁ ନଥିବା ଜଣାପଡ଼ିଛି । ଏପରିପେଖରେ ଜଦି ଏହି ନିରୀହ କୋମଳମତି ପିଲାମାନଙ୍କୁ ଏହିପିର କୌଣସି ସ୍କୁଲରେ ଆଡ଼ମିସନ ନ ମିଳି ପାରିଲେ ପିଲାମାନଙ୍କ ଭବିଶ୍ୱତ ନଷ୍ଟ ହେବା ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷ୍ୟା ଉର୍ଣ୍ଣତ୍ତି ଯୋଜନା ଫେଲ୍ ମାରିଯିବ ବୋଲି ସାଧାରଣରେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି । କୋମଳମତି ପିଲାମନଙ୍କ ଭବିଶ୍ୱତ କୁ ଧ୍ୟାନରେ ରଖି ଜଦି ସରକାର ଏହି କୋମଳମତି ପିଲା ମାନଙ୍କ ପ୍ରତି କରୁଣ ଦୃଷ୍ଟି ପକାଇଲେ ଏହି ପାଠ ପଡ଼ା ବୟସରେ ପିଲାମାନେ ଉପକୃତ୍ତ ହୋଇ ପାରନ୍ତେ ବୋଲି ଜନସାଧାରଣ ପ୍ରକାଶ କରିଥିବା ଜଣାପଡ଼ିଛି ।

Leave a Comment

Read More

Verified by MonsterInsights