Search
Close this search box.

ନନ୍ଦିନୀ ଦେବୀଙ୍କ ଭଳି ନେତ୍ରୀ ଓ ସାହିତ୍ୟିକ ବିରଳ।

ନନ୍ଦିନୀ ଦେବୀଙ୍କ ଭଳି ନେତ୍ରୀ ଓ ସାହିତ୍ୟିକ ବିରଳ
ବାଲିଚନ୍ଦ୍ରପୁର,୪/୮ଓଡିଶା ର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଭଳି ଜଣେ ପ୍ରଚଣ୍ଡ ବାଗ୍ମୀ, ସାରସ୍ଵତ ସାଧିକା ଓ ଲବ୍ଧ ପ୍ରତିଷ୍ଠିତ ଲେଖିକା ବର୍ତ୍ତମାନ ସମୟରେ ବିରଳ। ଜଣେ ମହିଳା ଭାବରେ ସେ ଯେତେ ଗୁଣ ର ଅଧିକାରୀ ହୋଇଛନ୍ତି ଏବେ ତାହା ମିଳିବା କଷ୍ଟକର। ତାଙ୍କ ଭଳି ସାହସୀ ଓ ଅଗ୍ନିବର୍ଶୀ ନେତ୍ରୀ ଆଜିର ସମାଜ ରେ ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତି। ରବିବାର ନନ୍ଦିନୀ ଦେବୀ ସ୍ମୃତି କମିଟି ବଡ଼ଚଣା ପକ୍ଷରୁ ବାଲିଚନ୍ଦ୍ରପୁର ପ୍ରେସ କ୍ଲବ ପରିସରରେ ସ୍ମୃତି କମିଟି ର ସଭାପତି ବରିଷ୍ଠ ଖବର ଦାତା ପ୍ରଦୀପ୍ତ କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ନନ୍ଦିନୀ ଦେବୀ ଙ୍କ ଅଷ୍ଟାଦଶ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ଯଚିନ୍ଦ୍ର କୁମାର ରାଉତ ଯୋଗ ଦେଇ ଥିବା ବେଳେ ଧର୍ମଶାଳା ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବରେ ସାହିତ୍ୟିକ ତଥା କବି ରୁଦ୍ର ପ୍ରସନ୍ନ ସାମଲ ଓ ପ୍ରାକ୍ତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଥିଲେ। ସ୍ମୃତି କମିଟି ର ସଂପାଦକ ଏକାଦଶୀ ସେଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରେସ କ୍ଲବ ସଭାପତି ପ୍ରକାଶ ଚନ୍ଦ୍ର ସାମଲ। ବରିଷ୍ଠ ସାମ୍ବାଦିକ ପ୍ରଭାସ କୁମାର ଦାସ, ଉତ୍କଳ କେଶରୀ ସାମଲ, ଅଜୟ କୁମାର ଦାସ, ସେକ ଇକବାଲ୍ ହୁସେନ, ସୁମନ୍ତ କୁମାର ଜେନା, ତୁଷାର କାନ୍ତ ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରେସ କ୍ଲବ ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରାରମ୍ଭ ରେ ସମସ୍ତେ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Leave a Comment

Read More

Verified by MonsterInsights