ଆଜି ପତରାଜ ପୁର, ବାଲିଚନ୍ଦ୍ରପୁର ସ୍ଥିତ ବଜରଙ୍ଗ ଦଳ କାର୍ଯ୍ୟାଳୟ ରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକ ରେ ସଂଗଠନ ର ଆଗାମୀ କାର୍ଯ୍ୟକ୍ରମ ଓ ପ୍ରଖଣ୍ଡ ଟୋଲୀ ଗଠନ ସମ୍ବଧୀୟ ବିଶେଷ ଆଲୋଚନା ହୋଇ, ସମସ୍ତ କାର୍ଯ୍ୟକର୍ତା ଙ୍କ ପରାମର୍ଶ ରେ ବଡ଼ଚଣା ପ୍ରଖଣ୍ଡ ସଂଯୋଜକ ଭାବେ ଶ୍ରୀଯୁକ୍ତ ଅନନ୍ତ କିଶୋର ଦାସ ଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା. ଓ ପ୍ରଖଣ୍ଡ ସହ ସଂଯୋଜକ ବିଶ୍ୱଜିତ ଭାଇ ଙ୍କୁ ଓ ମହାବିଦ୍ୟାଳୟ ପ୍ରମୁଖ ସତ୍ୟଜିତ ସାମଲ ଭାଇ, ସହ ମହାବିଦ୍ୟାଳୟ
ପ୍ରମୁଖ ଚିରଞ୍ଜିବି ଭାଇ ଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଗଲା. ଏହି ବୈଠକ ରେ ବଡ଼ଚଣା ପ୍ରଖଣ୍ଡ ର ଅନେକ କାର୍ଯ୍ୟକର୍ତା ଙ୍କ ସହ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ର ଜିଲ୍ଲା ସମ୍ପାଦକ ରାଜକିଶୋର ମଳିକ, ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ର ଗୋ ରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି, ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ର ସହ ସମ୍ପାଦକ ହିମାଂଶୁ ଶେଖର ବଳ,ଚିତ୍ତ ରଞ୍ଜନ ବିନ୍ଧାଣି, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବସନ୍ତ ପାତ୍ର, ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳ ଓ ବଜରଙ୍ଗ ଦଳ ର ଶୁଭେନ୍ଦୁ ବଳ, ପ୍ରକାଶ ବଳ, ପ୍ରମୋଦ ମଳିକ, କଳ୍ପତରୁ ଦାସ, ଓ ପ୍ରଖଣ୍ଡ ଓ ଜିଲ୍ଲା ରୁ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ

ସେ









