Search
Close this search box.

ପୁରୀ ରଥଯାତ୍ରାରେ ଶୋଭନୀୟ ଆନ୍ଦୋଳନର ସେବା*

*


ପୁରୀ ରଥଯାତ୍ରାରେ ଶୋଭନୀୟ ଆନ୍ଦୋଳନର ସେବା*

ଭୁବନେଶ୍ୱର/ପୁରୀ, ତା ୧୮.୦୭.୨୦୨୪ ରିଖ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ପକ୍ଷରୁ, ବିଶ୍ୱବିଖ୍ୟାତ ପୁରୀ ରଥଯାତ୍ରାରେ ଭକ୍ତଙ୍କ ପାଇଁ ଦଶଦିନ ଧରି ବିଭିନ୍ନ ସେବା କାର୍ଯ୍ୟ ଯୋଗାଇ ଦିଆଯାଇଛି । ସେଥି ମଧ୍ୟରେ ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର, ଆମ୍ବୁଲାନ୍ସ ସେବା, ଜଳଦାନ, ଲେମ୍ବୁ ସର୍ବତ୍‌, ଶରଧାବାଲି ଓ ରଥ ଚତୁଃପାଶ୍ୱର୍ ସଫେଇ, ମହିଳାମାନଙ୍କୁ ସ୍ୱତନ୍ତ୍ର ସେବା ତଥା ଆନ୍ଦୋଳନର ପ୍ରତିଷ୍ଠାତା ପୂଜ୍ୟଶ୍ରୀ କୁମାର ଭାଇଙ୍କ ରଚନାରୁ ମନଗଠନକାରୀ ଭକ୍ତିରସାତ୍ମକ ପ୍ରାର୍ଥନା ସଭା ଆଦି ଅନୁଷ୍ଠିତ ହୋଇଥିଲା । ଆନ୍ଦୋଳନର ନିର୍ଦ୍ଦେଶିକା-ସମ୍ପାଦିକା ଡଃ ଅରୁନ୍ଧତୀ ଦେବୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ସେବା ପ୍ରଦାନ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅନୁଷ୍ଠିତ ଏହି ଶୋଭନୀୟ ସେବା ଶିବିରକୁ ବରିଷ୍ଠ ଡାକ୍ତର ଗାୟତ୍ରୀ ମହାନ୍ତି ଉଦ୍‌ଘାଟନ କରିଥିଲେ । ଉକ୍ତ ଶିବିରରେ ଓଡ଼ିଶା ସରକାରଙ୍କ ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଡଃ. ସେବା ମହାପାତ୍ର, ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡଃ. ଅମୂଲ୍ୟ ବିଶି, ଡଃ. ମାଧୁରୀ ପୁରୋହିତ, ଡଃ. ଶିବବ୍ରତ କରଣ ପ୍ରଭୃତି ଯୋଗଦେଇ ସ୍ୱାସ୍ଥ୍ୟସେବା ଯୋଗାଇଥିଲେ । ଗୁରୁମା ମମତା ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଧ୍ୟାପକ ଇନ୍ଦ୍ରମଣି ନାୟକ, ମୀନତି ଦେବୀ, ଡଃ. ବନଲତା ଦେବୀ, ଗୁରୁମା ବରଦା ମହାନ୍ତି, ମନୋରମା ଦେବୀ, ଚାରୁଲତା ବେହେରା, ଗୀତାଞ୍ଜଳୀ ସ୍ୱାଇଁ, ବିଦୁଲତା ଶତପଥୀ, ସ୍ୱାସ୍ଥ୍ୟ ସେବିକା ଇତିଶ୍ରୀ ମହାନ୍ତି, କଳ୍ପନା ସେଠ୍‌, ଗୀତାଞ୍ଜଳୀ ସାହୁ, ମମତା ମଲ୍ଲ, ଶ୍ରୀମାନ୍ ଅରବିନ୍ଦ, ରବିନ୍ଦ୍ର ବେହେରା, ରାକେଶ ସାହୁ, ବରୁଣ ମହନ୍ତ ଓ ଶୋଭନୀୟ ବାହିନୀ ଏଥିରେ ସହଯୋଗ କରିଥିଲେ । ନୟାଗଡ଼ ବାବା ମେଡ଼ିସିନ୍ ଷ୍ଟୋରର ବଂଶୀଧର ସାହୁ ମାଗଣା ଔଷଧ ବିତରଣରେ ସହାୟତା କରିଥିଲେ ।
ବିଭିନ୍ନ ଦିବସରେ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ସମେତ ବୃନ୍ଦାବନ, ଇସ୍କନ-ଇଉକ୍ରେନ, ବାଂଲାଦେଶ ଓ ଭାରତର ସାଧୁସନ୍ଥ ସନ୍ୟାସିନୀ ତଥା ବିଶିଷ୍ଟ ବ୍ୟକ୍ତିମାନେ ଏହି ସେବା ଶିବିର ପରିଦର୍ଶନ କରିଥିଲେ । ଶିଶୁକିଶୋର କଣ୍ଠଶିଳ୍ପୀ ଅନିମେଶ ଅନୁପମ ଜଗନ୍ନାଥ ଜଣାଣ ପରିବେଷଣ କରିଥିଲେ । ଅଧ୍ୟାପିକା ରେଖା ମହାପାତ୍ର, କଲିକତାରୁ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଉପସଭାପତି ଶ୍ରୀ ରବି ମହାପାତ୍ର, ଶ୍ୟମସୁନ୍ଦର ହାଲଦାର, ବାଂଲାଦେଶର ସଂଜିତ ବୈଦ୍ୟ, ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ଗୌଡ଼, ଆରକ୍ଷୀ ଅଧିକାରୀ ବୈଦ୍ୟନାଥ ପଣ୍ଡା, ତେଲେଙ୍ଗାନାରୁ ଶ୍ରୀ ରମେଶ ରେନୁକା, ଡଃ ରଞ୍ଜିତା ପ୍ରଧାନ ଆଦି ଯୋଗଦେଇ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏହି ସେବାକେନ୍ଦ୍ରର ସବୁପ୍ରକାର ଉପାଦେୟତା ସହ – ଏହା ମହିଳା ଓ ଶିଶୁମାନଙ୍କୁ ସ୍ୱତନ୍ତ୍ର ଆବଶ୍ୟକ ସେବା ପ୍ରଦାନ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରବଳ ଗରମ ଗୁଳୁଗୁଳି ଯୋଗୁଁ ବହୁ ମୂର୍ଚ୍ଛିତା ମହିଳା, ପୁରୁଷ ଏବଂ ରଥଟଣାରେ ଖଣ୍ଡିଆ ଖାବରା ବ୍ୟକ୍ତି ଓ ସେବାୟତଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିଲା । ପନ୍ଦରଶହ ଶତାବନ ଅନ୍ୟାନ୍ୟ ରୋଗୀଙ୍କୁ ପରୀକ୍ଷା କରାଯାଇ ଔଷଧ ବଣ୍ଟନ, ବ୍ୟାଣ୍ଡେଜ ଆଦି କରାଯାଇଥିଲା । ଗୁରୁତର ରୋଗୀଙ୍କୁ ଫାଷ୍ଟଏଡ଼ ଦିଆଯାଇ ଆମ୍ବୁଲାନ୍ସ ଦ୍ୱାରା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା । ଲେମ୍ବୁ ସର୍ବତ ଓ ପାଣି ବୋତଲ ବଣ୍ଟନ ପାଖରେ ଅଧିକ ଭିଡ଼ ପରିଲକ୍ଷିତ ହୋଇଥିଲା । ଦୂରଦୂରାନ୍ତରୁ ଆସିଥିବା ବୃଦ୍ଧ, ବୃଦ୍ଧା ଓ ଅସହାୟ ତୀର୍ଥଯାତ୍ରୀଙ୍କୁ ଖାଦ୍ୟପଦାର୍ଥ, ପାଣି ଦିଆଯାଇ ଶିବିରରେ ସାଷ୍ଟାଙ୍ଗ କରାଯାଇଥିଲା । ଶୋଭନୀୟ ଯୁବ ସେବାବାହିନୀର କୀର୍ତ୍ତିମାନ ବେହେରା, ସାନ୍ତନୁ ଜେନା, ଚନ୍ଦନ ବେହେରା, କୁମର ପଲେଇ, ସରୋଜ ଦାଶ, ବିନୋଦ ବେହେରା, ବିଶ୍ୱଜିତ୍ ମହାପାତ୍ର, ଆନନ୍ଦ ବେହେରା, ନିନି ଗୋପାଇ, ଶ୍ରୀମାନ ସୌମ୍ୟରଞ୍ଜନ, ମୁକ୍ତିକାନ୍ତ ମହାପାତ୍ର, କାଜଲ ବେହେରାଙ୍କ ସେବାଦାନ ଉଲ୍ଲେଖଯୋଗ୍ୟ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀରୁ ବିଶିଷ୍ଟ ସମାଜସେବୀ ନିର୍ମଳ କୁମାର ଧଳ, ବରିଷ୍ଠ ସ୍ୱାସ୍ଥ୍ୟ ସେବିକା ମୀନା ଧଳ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଚିତ୍ତରଞ୍ଜନ ଶାହାଣୀ, ପ୍ରିୟଦର୍ଶିନୀ ଜେନା, ସମାଜସେବୀ ମନୋରଞ୍ଜନ ମହାନ୍ତି, ଶ୍ରୀମତୀ ମନସ୍ୱିନୀ ପଣ୍ଡା, ଫୁଲବାଣୀରୁ ବିକ୍ରମ ପୃଷ୍ଟି ପ୍ରଭୃତି ଯୋଗଦେଇଥିଲେ ।

Leave a Comment

Read More

Verified by MonsterInsights