Search
Close this search box.

ନିଲମ୍ବିତ ହେଲେ ତିନି ପୋଲିସ କର୍ମଚାରୀ

ନିଲମ୍ବିତ ହେଲେ ତିନି ପୋଲିସ କର୍ମଚାରୀ

ନୟାଗଡ଼ : କଥାରେ ଅଛି ଚୋରି ଗଣ୍ଡଗୋଳ ଏ ସବୁ କୁ ରୋକିବାକୁ ପୋଲିସ ଥାଆନ୍ତି ହେଲେ l ଥାନାକୁ ଆସିଥିବା ଅଭିଯୋଗ କାରୀଙ୍କୁ କିଛି ପୋଲିସ ଅଭିଯୋଗ କାରୀଙ୍କ କଥା ନ ଶୁଣି ଘରକୁ ଯିବାକୁ କହି ପଠାଇ ଦେଇଥିଲେ ବୋଲି ଜଣା ପଡିଛି l ଏମିତି ଏକ ଘଟଣାରେ ତିନି ଜଣ ପୋଲିସ ବାବୁ ଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ବୋଲି ଆଜି ଦେଖିବାକୁ ମିଳିଛି l
ସୂଚନାନୁସାରେ, ନ୍ୟାୟ ପାଇବା ଅଭିଯୋଗ କାରିଙ୍କୁ ଘରକୁ ଯାଓ କାଲି ଆଶା ବୋଲି କହିଥିବା ପୋଲିସ ମାନଙ୍କୁ ଆଜି ଚାକିରୀରୁ ନିଲମ୍ବିତ କରାଯାଇଛି l ଡ୍ୟୁଟିରେ ଖିଲାପ ନେଇ ୩ ଜଣଙ୍କୁ ସସ୍ପେଣ୍ଡ କରିଛନ୍ତି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ। ନିଲମ୍ବିତ ତିନି କର୍ମଚାରୀ ହେଲେ ଏସ୍ଆଇ ହସିନା ପ୍ରଧାନ, ଏଏସ୍ଆଇ ରାଜେଶ୍ୱରୀ ନାୟକ ଏବଂ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ ନକରିବା ମାମଲାରେ ଏମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି।ଗତ ସୋମବାର ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଗୋଳଗୋଳା ଗାଁରେ ବଡ଼ ଧରଣର ସିରିଜ ଚୋରି ହୋଇଥିଲା। ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗ ନେଇ ରାତାରାତି ଥାନାକୁ ଆସିଥିଲେ ଅଭିଯୋଗକାରୀ। ତୁରନ୍ତ ତାଙ୍କୁ ପୋଲିସ ସେବା ଯୋଗାଇ ଦେବା ପରିବର୍ତ୍ତେ ସକାଳେ ଆସ କହି ଏହି ୩ ପୁଲିସ କର୍ମଚାରୀ ତଡ଼ି ଦେଇଥିଲେ ବୋଲି ସୂଚନା ମିଳିବା ମାତ୍ରେ ୩ଜଣଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ମିଳିଛି ।

ନିଲମ୍ବିତ ହେଲେ ତିନି ପୋଲିସ କର୍ମଚାରୀ
ନିଲମ୍ବିତ ହେଲେ ତିନି ପୋଲିସ କର୍ମଚାରୀ

Leave a Comment

Read More

Verified by MonsterInsights