Search
Close this search box.

ରାଜଧାନୀରେ ବୁଲୁଛନ୍ତି ଚୋର ।

ରାଜଧାନୀରେ ବୁଲୁଛନ୍ତି ଚୋର ।
ରାଜଧାନୀରେ ବୁଲୁଛନ୍ତି ଚୋର ।
ରାଜଧାନୀରେ ବୁଲୁଛନ୍ତି ଚୋର ।

ଭୁବନେଶ୍ୱର : ରାଜଧାନୀରେ ରାତି ଅଧିଆ ଲୁଟ କରୁଛନ୍ତି ଡକାୟତ ମାନେ l ନା କାହାକୁ ଡର ନା କାହାକୁ ଭୟ l ଯେଉଁଠି ବଡ ବଡ ଘର ସେଠି ଲୁଟେରାଙ୍କ ନଜର ରଖି ଚୋରି କରୁଛନ୍ତି ଲୁଟେରା ମାନେ ଏଭଳି ଘଟଣା ଘଟିଛି ଭୁବନେଶ୍ୱର ପାହାଳ ଅଞ୍ଚଳରେ ଜଣକର ଘରେ କଳାକନା ବୁଲାଇଛନ୍ତି ଚୋର ମାନେ।
ସୂଚନାନୁସାରେ : ପାହାଳ ଥାନା ଯଇପୁର ଅଞ୍ଚଳର ଶରତ ମହାନ୍ତିଙ୍କ ଘରୁ ଗୁରୁବାର ରାତିରେ ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସମସ୍ତେ ଶୋଇଥିବା ବେଳେ ବାହାର ପଟୁ ତାଲା ପକାଇ ସବୁ ଲୁଟି ନେଇଛନ୍ତି ଚୋରମାନେ । ଦିନକରେ ଭୁବନେଶ୍ୱରର ଭିନ୍ନଭିନ୍ନ ଜାଗାରୁ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ରଘୁନାଥପୁର ସ୍ପ୍ରିଙ୍ଗ ଲିଫ୍ ଆପାର୍ଟମେଣ୍ଟ । ଆପାର୍ଟମେଣ୍ଟର ଗୋଟିଏ ଘରେ ପଶି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରିନେଇଛନ୍ତି ଲୁଟେରା । ଘଟଣା ସ୍ଥଳରେ ନନ୍ଦନକାନନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି । ଆଉ ତ୍ରାହି ମିଳୁନି ଲୁଟେରାଙ୍କ ଲୁଟତରାଜରୁ ଆଉ ଶାନ୍ତିରେ ନିଦ ହେଉନି ଆପାର୍ଟମେଣ୍ଟରେ ଜନଶୂନ୍ୟ ଫ୍ଲାଟରେ ପଶୁଛନ୍ତି ଲୁଟେରା ସଂଘବଦ୍ଧ ହୋଇ କଳାକନା ବୁଲାଇ ହୋଇ ଯାଉଛନ୍ତି ସୀମାପାର୍ । ଗତକିଛିଦିନ ତଳେ କମିଶନରେଟ୍ ପୋଲିସର ତଥାକଥିତ ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚାଲେଞ୍ଜ ଦେଇ ଗତରାତିରେ ପୁଣି ଏକ ବଡ଼ ଧରଣର ଲୁଟ୍ କରିଛନ୍ତି ଲୁଟେରା ଗ୍ୟାଙ୍ଗ। ଭୁବନେଶ୍ୱର ପାହାଳା ଥାନା ଅଞ୍ଚଳର ମେଟ୍ରୋ ସାଟେଲାଇଟ ସିଟି । ଲୁଟ୍ ହୋଇଛି ତିନି ତିନିଟି ଫ୍ଲାଟରୁ । ରାତି ୩ଟା ୩୨ରୁ ୪ଟା ୧୨ । ୪୦ ମିନିଟ୍ ମଧ୍ୟରେ ବ୍ଲକ-ବିର ୩୦୩, ବ୍ଲକ-ସିର ୩୦୮ ଏବଂ ବ୍ଲକ-ଡିର ୩୦୮ ଫ୍ଲାଟରୁ ସୁନା ଅଳଙ୍କାର ସହ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । ଆଉ ଏକ ଲୁଟ ହୋଇଥିଲା ଇନଫୋସିଟି ଥାନା ପଥରଗାଡ଼ିଆରେ ଥିବା ରାଜବାଟିକା ଆପାର୍ଟମେଣ୍ଟରେ । ୨୦୨୩ ଅକ୍ଟୋବର ୧୦ରେ ରାଜବାଟିକା ଆପାର୍ଟମେଣ୍ଟରୁ ଲୁଟ୍‌ ହୋଇଥିଲା । ଉଭୟ ସ୍ଥାନରେ ସମାନ ଫଣ୍ଡା ଆପଣାଇଥିଲା ଲୁଟେରା। ତେଣୁ ଆଶଙ୍କା କରାଯାଉଛି, ସଂପୃକ୍ତ ଲୁଟେରାମାନେ ରାଜଧାନୀର ଏକାଧିକ ଆପାର୍ଟମେଣ୍ଟରୁ ଚୋରି କରିଛନ୍ତି । ଗତ ୫ରୁ ୬ ମାସ ମଧ୍ୟରେ ଭୁବନେଶ୍ୱରର ପ୍ରାୟ ୧୦ଟି ଆପାର୍ଟମେଣ୍ଟର ୨୫ଟି ଫ୍ଲାଟକୁ ଏଭଳି ଟାର୍ଗେଟ କରିସାରିଲେଣି ଲୁଟେରା ବୋଲି ଜଣାପଡିଛି ।

Leave a Comment

Read More