ମୟୁରଭଞ୍ଜ ଜିଲ୍ଲା କରଂଜିଆ ଏନଏସି ଅନ୍ତର୍ଗତ ୧୪ ନମ୍ୱର ୱାର୍ଡ ଅଙ୍କୁରା ଠାରେ ଆଜି ଅପରାହ୍ନ 4 ଘଟିକା ସମୟରେ ବଜ୍ରପାତ ହେବା ଯୋଗୁଁ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୫ ଆହତ ହୋଇ କରଞ୍ଜିଆ ମେଡିକାଲ ରେ ଭର୍ତ୍ତି ହେଇଛନ୍ତି । ତେବେ ଉକ୍ତ ଗ୍ରାମର ମୁକ୍ତା ମୁଣ୍ଡା ମହିଳାଙ୍କ ଆଜି ସକାଳେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ଖବର ପାଇ ବିଭିନ୍ନ ଗ୍ରାମରୁ ତାଙ୍କ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ । ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସମ୍ପର୍କୀୟମାନେ ବସିଥିବା ସମୟରେ ଅଚାନକ ବର୍ଷା ଓ ପବନ ହୋଇଥିଲା ।

ଏହି ସମୟରେ ଆମ୍ବ ଗଛ ଉପରକୁ ବଜ୍ରପାତ ହେବା ଯୋଗୁଁ ଗଛମୂଳେ ବସିଥିବା ଲୋକଙ୍କ ମଧ୍ୟରୁ ସୁବାସୀନୀ ଦାସ(୭୦), ଜୀବତୀ ନାଏକ(୩୦),ଗର୍ଭବତୀ ମହିଳା ହେମଲତା ହୋ(୨୫)ଙ୍କ ମୃତ୍ୟୁ ହୋଇଯାଇଥିଲା ।ବଜ୍ରପାତ ଯୋଗୁଁ ଯୁବତୀ ନାଏକ, ମାଳତୀ ନାଏକ, ଭୁବନ ହୋ, ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜଶ୍ୱରୀ ନାଏକ ଆହତ ହୋଇଥିଲେ । ମୃତକ ଏବଂ ଆହତମାନଙ୍କୁ ଉପଖଣ୍ଡ ଚିକିତ୍ସା ଳୟକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା । ଖବରପାଇ ଅଙ୍କୁରାସ୍ଥିତ ନିଜ ବାସଭବନରେ ଅବସ୍ଥାନ କରୁଥିବା ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଚିକିତ୍ସାଳୟ ପଠାଇବା ସହ ଚିକିତ୍ସାଳୟରେ ନିଜେ ଉପସ୍ଥିତ ରହି ଚିକିତ୍ସା ବାବଦକୁ ବୁଝାବୁଝି କରୁଥିବା ଦେଖାଯାଇଥିଲା ।









